ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ ସିଲିଣ୍ଟର ଫାଟି ଘଟିଛି ଅଘଟଣ । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଜଳିଯାଇଛି । ଏଭଳି ଦୁର୍ଦନୀୟ ଘଟଣା ଆଜି ଭୋରରୁ ୪ଟା ସମୟରେ ଘଟିଛି ।
ଆଜି ଭୋର ୪ଟା ସମୟରେ ହଠାତ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ନିଆଁ ଜଳିବା ସହିତ ଆଖିପିଛୁଳାକେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ୪ ଜଣଙ୍କ ୧୦ ବଖରା ଘର ସମେତ ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ବାସହୀନ ପରିବାରକୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।