ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଗ୍ୟାସ ସଙ୍କଟ ଲାଗି ରହିଛି । ରନ୍ଧନ ଗ୍ୟାସ ମିଳୁ ନଥିବା ହେତୁ ଗ୍ୟାସ ଗୋଦାମ ଆଗରେ ଉପଭୋକ୍ତାମାନେ ରାତିରୁ ଆସି ଲାଇନ ଲଗାଉଛନ୍ତି । ମାତ୍ର ଲାଇନ ସତ୍ୱେ କାହାକୁ ମିଳୁଛି ତ ଆଉ କିଏ ନିରାଶ ହୋଇ ଫେରୁଛି। ଗାଡିରେ ଯେତିକି ଗ୍ୟାସ ଆସୁଛି ତାହା ପର୍ଯ୍ୟାପ୍ତ ହେଉନାହିଁ ।ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବିରାମ ଲାଗିଛି । ହେଲେ ଦେଶରେ କିନ୍ତୁ ଗ୍ୟାସ ସବକଟ ଦୂର ହେଉନାହିଁ। ସରକାର ବି ବାରମ୍ବାର କହୁଛନ୍ତି ଗ୍ୟାସ ସଂକଟ ନାହିଁ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡର ମିଳୁନଥିବା ଦେଖିବାକୁ ମିଳୁଛି ।










