31.1 C
Bhubaneswar
Friday, October 18, 2024
Homeଓଡିଶାନିଜକୁ ଗୁଳିକଲେ ଗ୍ୟାରେଜ୍ ମେକାନିକ, କାରଣ କ’ଣ ପୁରା ଘଟଣା ଜାଣନ୍ତୁ....

ନିଜକୁ ଗୁଳିକଲେ ଗ୍ୟାରେଜ୍ ମେକାନିକ, କାରଣ କ’ଣ ପୁରା ଘଟଣା ଜାଣନ୍ତୁ….

ହିଞ୍ଜିଳିକାଟ: ହିଞ୍ଜିଳି ଥାନା ଅନ୍ତର୍ଗତ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଫୁଟିଛି ଗୁଳି । ଜଣେ ଯୁବକ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ କୁକୁଡ଼ାଖଣ୍ଡି ଅଞ୍ଚଳର ଇପିଲି ଜଗନ୍ନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚାହେଉଛି । ଜଗନ୍ନାଥଙ୍କର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଗ୍ୟାରେଜ୍ ରହିଛି । ୧୦ବର୍ଷ ପୂର୍ବେ ସେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳର ଅଦଲ ଜାନକୀଙ୍କ ଝିଅ ଇପିଲି ସରିତାଙ୍କୁ ବିବାହ କରିଥିଲେ । ଗତ ଦେଢ଼ବର୍ଷ ହେବ କୌଣସି କାରଣକୁ ନେଇ ଜଗନ୍ନାଥ ଶ୍ୱଶୁରଘର ଗୋପୀନାଥପୁରରେ ସ୍ତ୍ରୀ ସହ ରହି ଆସୁଥିଲେ । ତେବେ ରବିବାର ସ୍ତ୍ରୀ ଇପିଲି ସରିତାଙ୍କୁ ଜଗନ୍ନାଥ ୫ଲକ୍ଷ ଟଙ୍କା ଯୌତୁକ ଦାବିକରି କୁଆଡ଼େ ମାର୍‌ଧର କରିଥିଲେ । ଏପରିକି ଶାଶୂ, ଶ୍ୱଶୁରଙ୍କୁ ମଧ୍ୟ ଛାଡ଼ିନଥିଲେ ।

ମାଡ଼ ଅସହ୍ୟ ହେବାରୁ ସ୍ତ୍ରୀ ଏବଂ ଶାଶୂ, ଶ୍ୱଶୁର ସଦରଥାନାର ଦ୍ୱାରସ୍ଥ ହୋଇଥିଲେ । ଯୌତୁକ ଦାବିକରି ସ୍ୱାମୀ ବାରମ୍ବାର ଆକ୍ରମଣ କରୁଥିବା ନେଇ ଅଭିଯୋଗ କରିବା ସହ ସ୍ୱାମୀଙ୍କୁ ଫୋନ୍‌କରି ଥାନାକୁ ଆସିବାପାଇଁ ଡାକିଥିଲେ । ଜଗନ୍ନାଥ ଗ୍ୟାରେଜ୍‌ରେ ଥିବା କହିଥିଲେ । ଥାନାକୁ ଯିବା ପରିବର୍ତ୍ତେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରୁଥିବା କହି ଫୋନ୍ କାଟି ଦେଇଥିଲେ ବୋଲି ସ୍ତ୍ରୀ ସରିତା କହିଛନ୍ତି । ପରେ ସରିତା ଗ୍ୟାରେଜ୍‌କୁ ଯାଇଥିବା ବେଳେ ଭିତରପଟୁ ତାଲାପଡ଼ିଥିଲା । ଝରକା ପଟେ ଦେଖିବା ବେଳକୁ ଜଗନ୍ନାଥ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ । ହିଞ୍ଜିଳି ପୁଲିସ୍‌କୁ ଏନେଇ ସେ ତୁରନ୍ତ ଖବର ଦେଇଥିଲେ । ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା ।

ଖବର ପାଇ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ହିଞ୍ଜିଳି ତହସିଲଦାର ପ୍ରଭାତ ପରିଡ଼ା ଘଟଣାସ୍ଥଳରେ ପହଞ୍ôଚ ଜଗନ୍ନାଥଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ । ଏନେଇ ସରିତା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି । ମୃତ ଜଗନ୍ନାଥଙ୍କର ଦୁଇପୁଅ ଅଛନ୍ତି । ତେବେ ଜଗନ୍ନାଥ କେଉଁଠୁ ବନ୍ଧୁକ ଆଣିଲେ ଏବଂ କେଉଁ କାରଣପାଇଁ ସେ ପାଖରେ ବନ୍ଧୁକ ରଖିଥିଲେ ତାହା ତଦନ୍ତ ସାପେକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking