18.1 C
Bhubaneswar
Saturday, November 23, 2024
Homeଓଡିଶାପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଗଞ୍ଜାମ : ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ପାଇଖାନା ଟାଙ୍କି ସେଟ୍ରିଂ ଖୋଲୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକମାନେ ହେଲେ ସେହି ଗ୍ରାମର ଏମ୍‌.ସଦାନନ୍ଦ(୫୦), ପି. କ୍ରିଷ୍ଣା ରେଡ୍ଡୀ(୫୦) ଓ ପି.ତରେନେୟା(୪୫) । ବିକ୍ରମପୁରର ଟି.ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ପାଇଖାନା ଟାଙ୍କି ସେଟ୍ରିଂ ଖୋଲିବା ପାଇଁ ପ୍ରଥମେ ମିସ୍ତ୍ରୀ ଏମ୍‌. ସଦାନନ୍ଦ ଭିତରକୁ ଯାଇଥିଲେ । ଅନେକ ସମୟ ଧରି ସେ ଫେରିନଥିଲେ । ପରେ ପଡୋଶୀ ପି.କ୍ରିଷ୍ଣା ସେହି ଟାଙ୍କି ଭିତରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ମଧ୍ୟ ବାହାରକୁ ଆସି ନଥିଲେ ।

ଏହା ପରେ ଅନ୍ୟ ଜଣେ ପଡୋଶୀ ପି.ତାରେନେୟା ଉକ୍ତ ଟାଙ୍କି ଭିତରକୁ ଯାଇ ସେ ଆଉ ଫେରିନଥିଲେ ।  ସେମାନେ ନଆସିବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କ ନାମ ଧରି ଡାକିଥିଲେ । ସେମାନେ ଶୁଣିନଥିବାରୁ ସନ୍ଦେହ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଟାଙ୍କି ଭିତରୁ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଘଟଣା ସ୍ଥଳରେ ଗୋପାଳପୁର ପୁଲିସ୍ ପହଞ୍ଚି ତଦନ୍ତ କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି । ଆସନ୍ତାକାଲି ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking