ଭୁବନେଶ୍ୱର : ଗତକାଲି କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ହାଇଦର୍ ପୁଲିସ୍ ଏନକାଉଣ୍ଟର୍ ରେ ପ୍ରାଣ ହରାଇଛି । ବର୍ତ୍ତମାନ ତାର ଶବ ବ୍ୟବଚ୍ଛେଦ ଚାଲିଛି । ମୃତ ଦେହକୁ ନେବା ପାଇଁ ହାଇଦର୍ ର ପତ୍ନୀ ଓ ଦୁଇ ବୋହୂ ଉପସ୍ଥିତ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବ୍ୟବଚ୍ଛେଦ ଚାଲିଛି । ମାଜିଷ୍ଟ୍ରେଟ୍ ଓ ପୁଲିସ୍ ଉପସ୍ଥିତିରେ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି । ଏଥିରେ ହାଇଦର୍ ର ପକେଟ୍ ରୁ ଫୋନ୍ ଓ ଡାଏରୀ ମିଳିଛି । ହାଇଦର୍ ଶରୀରରେ ତିନି ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ୨ଟି କ୍ୟାମେରାରେ ସବୁ ପ୍ରକ୍ରିୟାକୁ ରେକର୍ଡ କରାଯାଉଛି ।
ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩୦ ତାରିଖ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ। କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଞ୍ଚାୟତ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି। ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ। ହୋଟେଲରୁ ଲୋକେ କେବଳ ପାର୍ସଲ ଆଣି ପାରିବେ। ଅନ୍ୟ ଦୋକାନ ଖୋଲିବା ଓ ଗାଡ଼ିମୋଟର ଚଳାଚଳରେ କଟକଣା ରହିବ। ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।