24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଚନ୍ଦ୍ରଗହଣ ପାଇଁ ଦିନରେ ହେବ ଗଙ୍ଗା ଆଳତୀ, ଭାଙ୍ଗିବ ୩୨ ବର୍ଷର ପରମ୍ପରା

ଚନ୍ଦ୍ରଗହଣ ପାଇଁ ଦିନରେ ହେବ ଗଙ୍ଗା ଆଳତୀ, ଭାଙ୍ଗିବ ୩୨ ବର୍ଷର ପରମ୍ପରା

ଲକ୍ଷ୍ନୌ : ଚନ୍ଦ୍ରଗ୍ରହଣ ହେତୁ ମା’ ଗଙ୍ଗାଙ୍କ ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ ଅନୁଷ୍ଠିତ ହେବ । ଦୀର୍ଘ ୩୨ ବର୍ଷରେ ଚତୁର୍ଥଥର ପାଇଁ ଗଙ୍ଗା ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ କରାଯିବ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ସୂତାକ ଅବଧି ପୂର୍ବରୁ ଆଳତୀ ଅନୁଷ୍ଠିତ ହେବ । ସୂଚନାଅନୁଯାୟୀ, ଅକ୍ଟୋବର ୨୮ ତାରିଖ ରାତି ୧.୦୫ ରେ ଚନ୍ଦ୍ରଗ୍ରହଣ ହେବ । ଏହି କାରଣରୁ ଆଳତୀ ମଧ୍ୟାହ୍ନ ୨ ଟା ୩୦ ରୁ ୩ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ଜୁଲାଇ ୧୬ ତାରିଖ ୨୦୧୯ରେ ଚନ୍ଦ୍ରଗ୍ରହଣ ହେତୁ ମଧ୍ୟାହ୍ନରେ ଗଙ୍ଗାର ଆଳତୀ କରାଯାଇଥିଲା । ଏହି ବର୍ଷ, ନବରାତ୍ରୀ ପୂର୍ବରୁ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଏବଂ ବର୍ତ୍ତମାନ ଦଶହରା ପରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଶେଷ ଚନ୍ଦ୍ରଗ୍ରହଣ ଶରତ ପୂର୍ଣ୍ଣିମା ଦିନ ହେବ । ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତୀତ ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଏସିଆ, ଭାରତ ମହାସାଗର, ଆଟଲାଣ୍ଟିକ୍, ଦକ୍ଷିଣ ପ୍ରଶାନ୍ତ ମହାସାଗରଏବଂ ଆଣ୍ଟାର୍କଟିକାରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଶରତ ପୂର୍ଣ୍ଣିମା ଦିନ ଏହି ଚନ୍ଦ୍ରଗ୍ରହଣ ହେବାକୁ ଥିବାବେଳେ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆପଣ ସୂତାକ ପୂର୍ବରୁ ପୂଜା କରିପାରିବେ କିମ୍ବା ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଆପଣ ପୂଜା କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking