29.1 C
Bhubaneswar
Thursday, April 24, 2025
Homeଓଡିଶାଟୋଲ ଫି କୁ ନେଇ ଗଡକାରୀଙ୍କ ବଡ ଘୋଷଣା

ଟୋଲ ଫି କୁ ନେଇ ଗଡକାରୀଙ୍କ ବଡ ଘୋଷଣା

ଭୁବନେଶ୍ୱର: ଟୋଲ୍ ଫି ଉପରେ ବଡ ଇସାର କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ । କୌଣସି ସ୍ପଷ୍ଟ ତଥ୍ୟ ନରଖି ଗଡକରୀ କହିଛନ୍ତି, ଖୁବଶୀଘ୍ର ଏପରି ଏକ ସ୍କିମ୍ ଆସିବାକୁ ଯାଉଛି, ଯାହା ଲୋକଙ୍କୁ ଆଶ୍ୱସ୍ତ କରିପାରେ । ଗଡକରୀଙ୍କୁ ଟୋଲ ଫି ଛାଡ ଏବଂ ଟୋଲ୍ ଫି କମାଇବା ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଟୋଲ୍ ଫିକୁ ନେଇ ଲୋକଙ୍କ ମନରେ ଯେଉ କ୍ରୋଧ ରହିଛି ତାହା ଖୁବଶୀଘ୍ର ଦୂର ହୋଇଯିବ । ସରକାର ସାଟେଲାଇଟ୍ ବେସ୍ଡ ଟୋଲ୍ ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ । ଏହା ସହ ଗଡକରୀ ଡିଜେଲ୍ ବସର ସଂଖ୍ୟା କମାଇବା କଥା ମଧ୍ୟ କହିଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ଦିଲ୍ଲୀ ରାସ୍ତାରେ ଡିଜେଲ୍ ବସ୍ ସ୍ଥାନରେ ଇଲେକ୍ରିକ୍ ବସ୍ ଗଡିବ । ଆଗାମୀ ଦିନରେ ୧୦୦ ପ୍ରତିଶତ ଇଥନଲରେ ଗାଡି ଚାଲିବା ନେଇ ଯୋଜନା ମଧ୍ୟ କରାଯାଉଛି । ପ୍ରାୟ ସବୁ କାର୍ କମ୍ପାନୀଗୁଡିକୁ ଇଥନଲ ଚାଲିତ ଗାଡି ବନାଇବା ପାଇଁ ମଧ୍ୟ କୁହାଯାଇଛି । ତେବେ ଯଦି କେନ୍ଦ୍ର ସରକାର ଟୋଲ ଫିକୁ ନେଇ ବଡ ଘୋଷଣା କରନ୍ତି ତେବେ ଏହାଦ୍ୱାରା ଟୋଲ୍ ଗେଟ୍ ଦେଇ ପ୍ରତିଦିନ ଯାତ୍ରା କରୁଥିଲା ଲକ୍ଷ ଲକ୍ଷ ଗାଡି ମାଲିକ ଆଶ୍ୱସ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking