20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆଜିଠୁ କାଶ୍ମୀରରେ ଜି-୨୦ ବୈଠକ

ଆଜିଠୁ କାଶ୍ମୀରରେ ଜି-୨୦ ବୈଠକ

ଶ୍ରୀନଗର : ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଡବ୍ଲ୍ୟୁଜି)ର ବୈଠକ। ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଏହି ବୈଠକର ଆୟୋଜନ କରିଛି। ଶ୍ରୀନଗରର ସେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରରେ ମେ ୨୨ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗ ଦେବେ। ବୈଠକ ପାଇଁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି। ବୈଠକକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡିକ ୨୬/୧୧ ମୁମ୍ବଇ ଆକ୍ରମଣ ଅନୁରୂପ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ପାକିସ୍ତାନ ଆଇଏସ୍‌ଆଇର ପ୍ରରୋଚନାରେ ଆତଙ୍କବାଦୀ ସଂଗଠନଗୁଡିକ ଆକ୍ରମଣ ଯୋଜନା କରିଥିଲେ। ଆତଙ୍କବାଦୀ ସଂଗଠନର ଜଣେ ସହଯୋଗୀ (ଓଭର ଗ୍ରାଉଣ୍ଡ ୱାର୍କର) (ଓଜିଡବ୍ଲ୍ୟୁ)କୁ ଗିରଫ କରିବା ପରେ ଏହି ଯୋଜନା ଜଣାପଡିଛି।

ଓଜିଡବ୍ଲ୍ୟୁ ଜଣଙ୍କ ହେଉଛି ଫାରୁକ ଅହମ୍ମଦ ୱାନି। ତାର ଘର ବାରମୂଲାର ହାଇଗାମ। ସେ ସ୍ଥାନୀୟ ପଞ୍ଚ ତାରକା ପୋସ ହୋଟେଲରେ ଗାଡି ଚାଳକ ଭାବେ କାମ କରୁଥିବାବେଳେ ପାକିସ୍ତାନ ଆଇଏସଆଇ ଯୋଗାଯୋଗରେ ରହିଥିଲା। ଜେରା ସମୟରେ ୱାନି କହିଛି ଯେ ହୋଟେଲରେ ରହିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା।

ଆତଙ୍କବାଦୀଙ୍କୁ ହୋଟେଲ ମଧ୍ୟକୁ ପ୍ରବେଶ କରାଇବା ପୂର୍ବକ ଏହାକୁ ମୁମ୍ବଇର ତାଜ ହୋଟେଲ ଭଳି ଅକ୍ତିଆର କରିବାକୁ ଯୋଜନା କରାଯାଉଥିଲା। ହୋଟେଲକୁ ଅକ୍ତିଆର କରି ଏଠାରେ ଥିବା ବିଦେଶ ପ୍ରତିନିଧିଙ୍କୁ ପଣବନ୍ଦ କରାଯିବାର ଯୋଜନା ହୋଇଥିଲା। ଯାହା ୨୦୦୮ ନଭେମ୍ବର ୨୬ରେ ମୁମ୍ବଇର ତାଜ ହୋଟେଲରେ ଲସ୍କର ଆତଙ୍କବାଦୀମାନେ କରିଥିଲେ। ୱାନି କହିଛି ଯେ ଜି-୨୦ ସମ୍ମିଳନୀ ଅବସରରେ କାଶ୍ମୀର ଦୁଇ-ତିନି ସ୍ଥାନରେ ଆକ୍ରମଣ ଘଟାଇବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking