26.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଆଜିଠୁ ଭାରତର ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ

ଆଜିଠୁ ଭାରତର ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ

ବ୍ୟୁରୋ : ଖୁବଶୀଘ୍ର ଦିଳ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହା ସାଙ୍ଗକୁ ଆଜିଠୁ ଭାରତୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ । ପାକିସ୍ତାନ ଓ ଚୀନ ସୀମାରେ ଗର୍ଜିବ ରାଫେଲ, ମିରାଜ ପରି ଲଢୁଆ ବିମାନ । ଆଜିଠାରୁ ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା । ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ ।ଏହା ଏତେ ଦମଦାର ହେବ ଯେ ଲାଗିବ ପ୍ରକୃତରେ ଭାରତ କୌଣସି ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଭାରତର ଉତ୍ତର ସୀମାର ୧୪୦୦ କିଲୋମିଟର ଅନ୍ତର୍ଗତ କାଶ୍ମୀର, ଲଦାଖ, ସିକ୍କିମ , ଅରୁଣାଚଳପ୍ରଦେଶର ପରିସୀମା ମଧ୍ୟରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବ । ଏଥିରେ ଲଢୁଆ ବିମାନ ରାଫେଲ, ମିରାଜ, ସୁଖୋଇ ପରି ଭୟାନକ ଲଢୁଆ ବିମାନ ସହ ଯୁଦ୍ଧର ସମସ୍ତ ରଣକୌଶଳ ପ୍ରଦର୍ଶନ କରାଯିବ ।ପ୍ରାକ୍ ସୂଚନା ମୁତାବକ, ଏହାପରେ ଅକ୍ଟୋବର, ନଭେମ୍ବରରେ ଭାରତୀୟ ବାୟୁସେନା ‘ତରଙ୍ଗ ଶକ୍ତି’ ନାମକ ବହୁପକ୍ଷିୟ ଯୁଦ୍ଧାଭ୍ୟାସ ଆୟୋଜନ କରିବାକୁ ଯାଉଛି । ଏଥିରେ ଫାଇଟର ଜେଟ୍, ସୈନ୍ୟ ପରିବହନ ବିମାନ, ଆକାଶରେ ଇନ୍ଧନ ଭରୁଥିବା ବିମାନ, ଓ ଏୟାରବର୍ଣ୍ଣ ୱାର୍ଣ୍ଣିଙ୍ଗ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ (—) ଏୟାରକ୍ରାଫ୍ଟ ମଧ୍ୟ ସାମିଲ ହେବେ । ଏଥିରେ ବିଶ୍ୱର ୬ଟି ଶକ୍ତିଶାଳୀ ଭାଗ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking