ଭୁବନେଶ୍ୱର:ଜଳୁଛି ଉପକୂଳରୁ ଉପାନ୍ତ। ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଉପକୂଳରେ ବି ଖରା ଗରମ ଅସହ୍ୟ ହୋଇ ପଡ଼ୁଛି। ଆହୁରି ୨ ଦିନ ରହିବ ହିଟ୍ ୱେବ୍ ସ୍ଥିତି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି। ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୂର୍ ଓ ବଲାଙ୍ଗିରରେ ହିଟ୍ ୱେବ୍ ରହିବ। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହି। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି, ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଆସନ୍ତା ୨ ଦିନ ଏଭଳି ତାପମାତ୍ରା ଅଧିକ ରହିବ।
ଉଚ୍ଚ ତାପମାତ୍ରା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ। ଆଜି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରର ସହ ଅନ୍ୟ ଗୋଟିଏ ଦୁଇଟି ସ୍ଥାନରେ ହିଟ ୱେବ୍ ସ୍ଥିତି ରହିବ।