27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆବଶ୍ୟକ ପଡିଲେ ଭାରତକୁ ଅତିରିକ୍ତ ରାଫେଲ ଦେବା ପାଇଁ ପ୍ରସ୍ତୁତ

ଆବଶ୍ୟକ ପଡିଲେ ଭାରତକୁ ଅତିରିକ୍ତ ରାଫେଲ ଦେବା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ କହିଛନ୍ତି, ଭାରତକୁ ଆବଶ୍ୟକତା ପଡିଲେ ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣନୀତିକ ସହଭାଗୀମାନଙ୍କ ଦ୍ୱାରା ସମାନ ପ୍ରକାରର ବିମାନର ବ୍ୟବହାର ସେମାନଙ୍କ ସମ୍ପର୍କର “ପ୍ରକୃତ ସମ୍ପତ୍ତି ଏବଂ ଶକ୍ତି” ଦର୍ଶାଏ । ଭାରତ ଗସ୍ତରେ ଆସିଥିବା ପାର୍ଲେ ତାଙ୍କ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପୂର୍ବରୁ ଥିଙ୍କ ଟ୍ୟାଙ୍କରେ ଏହି ମନ୍ତବ୍ୟ ଦେଇଛନ୍ତି । କୋଭିଡ -19 ମହାମାରୀ ସତ୍ୱେ ଭାରତକୁ 33 ଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଥିବା ଫ୍ରାନ୍ସ ଦୂତାବାସ ସୂଚନା ଦେଇଛି । ସେପ୍ଟେମ୍ବର 2016 ରେ ଫ୍ରାନ୍ସ ସହିତ ପ୍ରାୟ 59 ହଜାର କୋଟି ଟଙ୍କାରେ 36 ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏକ ଆନ୍ତ ରାଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲା। ଏକ ପ୍ରଶ୍ନର ଉତ୍ତରରେ ପାର୍ଲେ କହିଛନ୍ତି, ମୁଁ ଖୁସି ଯେ ଭାରତୀୟ ବାୟୁସେନା ରାଫାଲ ବିମାନରେ ସନ୍ତୁଷ୍ଟ ଏବଂ ଆମେ ଗର୍ବିତ ଯେ କୋଭିଡ -19 ମହାମାରୀ ସତ୍ୱେ ଚୁକ୍ତିନାମା ଅନୁଯାୟୀ ଆମେ 36 ଟି ବିମାନ ବିତରଣ କରିଛୁ … ”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking