25.1 C
Bhubaneswar
Monday, October 21, 2024
Homeଓଡିଶାରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

ରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ଶତାୟୁଙ୍କ ପାର୍ଥିବ ଶରୀର ବଡ଼ଚଣାରେ ପହଞ୍ଚିବା ପରେ ଛତିଆ, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ବେଣାପୁର ଆଦି ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ତ୍ରିରଙ୍ଗା ପତାକାରେ ଆବୃତ୍ତ ହୋଇଥିଲା ତାଙ୍କ ମରଶରୀର । ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କ ଗାଁ ବାଲିପଡିଆ ଶ୍ମଶାନରେ ଶେଷ ହୋଇଛି ନୀଳମଣିଙ୍କ ଶେଷକୃତ୍ୟ । ଏହି ସମୟରେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସପି ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking