ବେଙ୍ଗଲୁରୁ : କର୍ଣ୍ଣାଟକରେ କ୍ଷମତାକୁ ଆସିବାପରେ କଂଗ୍ରେସ ପୂର୍ବ ପ୍ରତିଶ୍ରୁତି ମୁତାବକ ମହିଳାଙ୍କ ପାଇଁ ମାଗଣା ବସ୍ଯାତ୍ରାର ଶୁଭାରମ୍ଭ କରିଛନ୍ତି । ତେବେ ଏହି ବ୍ୟବସ୍ଥାରେ ସାମିଲ ହୋଇ କଂଗ୍ରେସ ନେତ୍ରୀ ଲାବଣ୍ୟ ଜୈନ୍ ବର୍ତ୍ତମାନ ବିବାଦୀୟ ହୋଇପଡିଛନ୍ତି । ଲାବଣ୍ୟଙ୍କ ବସ୍ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଲାବଣ୍ୟଙ୍କ ବସ୍ଯାତ୍ରାର ଫଟୋ ସୋସିଆଲ ମିଡିଆ (ଟ୍ୱିଟର)ରେ ଭାଇରାଲ ହେବାପରେ ଏହାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଛୁଟିବାରେ ଲାଗିଛି । ଯଦି ଜଣେ ମହିଳା ଦାମୀ ଗହଣା, ଓଠରେ ଦାମୀ ଲିପ୍ଷ୍ଟିକ୍ ଓ ହାତରେ ଦାମୀ ଘଣ୍ଟା ଲଗାଇ ପାରୁଛନ୍ତି, ତେବେ ବସ୍ରେ ସାମାନ୍ୟ ମୂଲ୍ୟର ଟିକଟ କାଟି କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ କରାଯାଇଛି । ଗରିବ ମହିଳାଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଥିବାବେଳେ ଜଣେ ସମ୍ଭ୍ରାନ୍ତ ବଂଶର ମହିଳା ଏହାର ଅନୁଚିତ ଫାଇଦା ଉଠାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଟ୍ୱିଟର ଉପଭୋକ୍ତା ପ୍ରତିକ୍ରିୟା ରଖିଛନ୍ତି । ଜବାବରେ ଲାବଣ୍ୟ କହିଛନ୍ତି ଯେ ପୁରୁଷମାନେ ତାଙ୍କର ଗେଟ୍-ଅପ୍ ଦେଖି ଈର୍ଷାନ୍ୱିତ ହେଉଛନ୍ତି ।