31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନକଲି ଡାକ୍ତରଙ୍କ କାରନାମା; ଚେକ୍‌ଅପ୍‌ ନାଁରେ ମହିଳାଙ୍କୁ କରୁଥିଲେ ଦୁର୍ବ୍ୟବହାର

ନକଲି ଡାକ୍ତରଙ୍କ କାରନାମା; ଚେକ୍‌ଅପ୍‌ ନାଁରେ ମହିଳାଙ୍କୁ କରୁଥିଲେ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ଓପିଡିରେ ଚେକ୍‌ ଅପ୍‌ ବାହାନାରେ ମହିଳାଙ୍କ ସହ ଜୋର ଜବରଦସ୍ତି କରୁଥିଲେ ନକଲି ଡାକ୍ତର । ମୁମ୍ବାଇର ସୁବୁରବନ୍‌ ଗୋବନ୍ଦୀ ଅଞ୍ଚଳରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତର ସାଜି ଜଣେ ମହିଳାଙ୍କ ସହିତ ଅସଦାଚରଣ କରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି । ଏନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି ।

ସୂଚନାନୁଯାୟୀ, ଅଭିଯୁକ୍ତ ନକଲି ଡାକ୍ତରଜଣକ ମହିଳାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାହନାରେ ‘ଓପିଡି’କୁ ନେଇଥିଲେ । ବହୁ ସମୟ ଧରି ସ୍ତ୍ରୀ ବାହାରକୁ ନ ଆସିବାରୁ ସନ୍ଦେହ କରି ସ୍ବାମୀ ଭିତରକୁ ଯାଇ ଦେଖିଥିଲେ ଯେ ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତି କରିବା ସହ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଚିତ୍କାର କରିବା ସହିତ ଫୋନ୍‌ କରି ପୋଲିସକୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking