24.1 C
Bhubaneswar
Sunday, October 20, 2024
Homeଓଡିଶାନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ ଗିରଫ: ଗୁଜରାଟରେ ଲୁଚିଥିଲେ, ଝାଡ଼ଖଣ୍ଡରୁ ଧରିଲା ପୁଲିସ୍‌

ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ ଗିରଫ: ଗୁଜରାଟରେ ଲୁଚିଥିଲେ, ଝାଡ଼ଖଣ୍ଡରୁ ଧରିଲା ପୁଲିସ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନକଲି ଡାକ୍ତର ତଥା ଏକାଧିକ ପତ୍ନୀଙ୍କୁ ନିଜର କରିଥିବା ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀକୁ ଗିରଫ କରିଛି ପୁଲିସ୍ । ଗିରଫ ମହିଳାଙ୍କ ନାମ କମଳା ସ୍ୱାଇଁ ହୋଇଥିବା ବେଳେ ତାଙ୍କୁ ଝାଡ଼ଖଣ୍ଡରୁ ପୁଲିସ୍ ଗିରଫ କରିଛି । ରମେଶଙ୍କ କାରନାନା ସମ୍ପର୍କରେ ସେ ଅବଗତ ଥିବା ବେଳେ ତାଙ୍କ ନାଁରେ ମାମଲା ହେବା ପରଠୁ କମଳା ଫେରାର ଥିଲେ ଏବଂ ଗୁଜରାଟର ଜାମ ନଗରରେ କାମ କରୁଥିଲେ ବୋଲି ପୁଲିସ୍ ସୂଚନା ଦେଇଛି ।
ସୂଚନାଯୋଗ୍ୟ ଯେ, ରମେଶ ଏବେ ଜେଲ୍‌ର ଚାରିକାନ୍ଥରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବେଳେ ଥରକୁ ଥର ଜେରା ପରେ ତାଙ୍କ ଠାରୁ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସୁଛି । ଅଣ୍ଡର୍ ମାଟ୍ରିକ୍ ଥିବା ଡାକ୍ତର ରମେଶ ମାଟ୍ରିମୋନିଆଲ୍ ସାଇଟ୍‌ରେ ନିଜର ପ୍ରୋଫାଇଲ୍ ଖୋଲି ଏକାକୀ ଜୀବନ କାଟୁଥିବା ତଥା ଅତି ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ । ଏଭଳି ମହିଳାଙ୍କ ସଂସ୍ପର୍ଶରେ ଆସି ତାଙ୍କ ସହ ଏମୋସନାଲ୍ ଡ୍ରାମା କରିବା ସହ ଏକାଧିକ ମହିଳାଙ୍କୁ ବିବାହ କରିଛନ୍ତି । କେବଳ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କ ସମ୍ପତ୍ତିକୁ ଆଖି ଆଗରେ ରଖି ସେ ୬ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ବିବାହ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking