ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନଙ୍କୁ ଫ୍ରାନ୍ସ ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଚିଭାଲିୟର ଡି ଲା ଲିଜିୟନ ଡି ଅର୍ଡର’ ପ୍ରଦାନ କରାଯାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ କରିବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚନ୍ଦ୍ରଶେଖରନ ପୁରସ୍କୃତ ହୋଇଥିବା କୁହାଯାଇଛି ।
ଫ୍ରାନ୍ସ ବିଦେଶମନ୍ତ୍ରୀ କ୍ୟାଥେରାଇନ କୋଲୋନା ମଙ୍ଗଳବାର ରାତିରେ ଚନ୍ଦ୍ରଶେଖରନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି । ଚନ୍ଦ୍ରଶେଖରନ ୨୦୧୭ ଫେବୃଆରୀରେ ଟାଟା ଗ୍ରୁପ୍ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ ।