ନୂଆଦିଲ୍ଲୀ: ଫ୍ରାନସ ବୈଦେଶିକ ମନ୍ତ୍ରୀ ଏକ ବକ୍ତବ୍ୟ ଜାରି କରି ତାଙ୍କ ଦେଶରେ ମୁସଲିମ୍ ଛାତ୍ରୀମାନେ ପିନ୍ଧୁଥିବା ପୋଷାକ ‘ଅବୟା’ ଉପରେ କଟକଣା ଲଗାଇଛନ୍ତି । ଫ୍ରାନ୍ସ ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ ଗଣମାଧ୍ୟମକୁ କହିଛନ୍ତି ଯେ ‘ସ୍କୁଲ ଗୁଡିକରେ ଆଉ ‘ଅବୟା’ର ବ୍ୟବହାର କରାଯାଇ ପାରିବନାହିଁ । ଆମେ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛୁ ଯେ ଏହି ନିୟମ ଯେପରି କଡାକଡି ଭାବେ ପାଳନ କରାଯାଏ ତାହା ସେମାନେ ଦେଖିବେ । ଯେହେତୁ ଆସନ୍ତା ସେପ୍ଟେମ୍ବର ୪ ରୁ ସ୍କୁଲଗୁଡ଼ିକ ଖୋଲିବାକୁ ଯାଉଛି ।
ମହିଳାମାନେ ମଧ୍ୟ ମୁଣ୍ଡରେ ସ୍କାର୍ଫ ବାନ୍ଧିପାରିବେ ନାହିଁ । ବହୁତ ବିଚାରବିମର୍ଶ ପରେ ଏହି ନିଷ୍ପତି ନିଆଯାଇଛି । ଫ୍ରାନ୍ସ ଶିକ୍ଷାବ୍ୟବସ୍ଥାରେ ଧାର୍ମିକ ପ୍ରଭାବକୁ ହ୍ରାସ କରିବାପାଇଁ ଏହିପରି ନିଷ୍ପତି ନେଇଥିବାର ଜଣାପଡିଛି । ‘ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ମାଧ୍ୟମରେ ନିଜକୁ ସ୍ୱାଧୀନଚେତା ହେଇ ଗଢିବା । ‘ଅବୟା’ ହେଉଛି ଏକ ଧାର୍ମିକ ସଙ୍କେତ ଯାହା ପିଲାମାନଙ୍କୁ ଶିକ୍ଷା ଅପେକ୍ଷା ଧର୍ମକୁ ଅଧିକ ମହତ୍ୱ ଦେଇଥିବାର ଶିକ୍ଷା ଦେଇଥାଏ । ଏପରି ପରୀକ୍ଷଣ କରିବାକୁ ଆମେ ଦେବୁନାହିଁ । ଶିକ୍ଷାକୁ ଧର୍ମରୁ ପୃଥକ ରଖିବାକୁ ଆମେ ଦୃଢ ପରିକର । ତମେ ଯେତେବେ ଶ୍ରେଣୀଗୃହରେ ପ୍ରବେଶ କଲ ତମେ ଜଣେ ଛାତ୍ର ଏହାବାଦ୍ ତମର ଆଉକିଛି ପରିଚୟ ହେଇନପାରେ । ବୋଲି ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ କହିଛନ୍ତି ।