18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଭାରତକୁ ଅଧିକ ରାଫେଲ ଯୋଗାଇବା ପାଇଁ ଫ୍ରାନ୍ସ ପ୍ରସ୍ତୁତ

ଭାରତକୁ ଅଧିକ ରାଫେଲ ଯୋଗାଇବା ପାଇଁ ଫ୍ରାନ୍ସ ପ୍ରସ୍ତୁତ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଥିବା ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ କହିଛନ୍ତି, ଆବଶ୍ୟକ ହେଲେ ଭାରତକୁ ଅଧିକ ରାଫେଲ ଜେଟ ଯୋଗାଇ ଦିଆଯିବ । ଏକ ଆଲୋଚନା ସମୟରେ ସେ କହିଛନ୍ତି ଯେ ଯଦି ଭାରତ ଚାହିଁବ, ଫ୍ରାନ୍ସ ଯେକୌଣସି ପ୍ରକାର ରାଫେଲ ଯୋଗାଇବାକୁ ପ୍ରସ୍ତୁତ ଅଛି । ସେ କହିଛନ୍ତି, ମୁଁ ବହୁତ ଖୁସି ଯେ ଭାରତୀୟ ବାୟୁସେନା ରାଫାଲରେ ସନ୍ତୁଷ୍ଟ ଏବଂ ଆମେ ଅତ୍ୟଧିକ ଗର୍ବିତ ଯେ କୋଭିଡ ସତ୍ୱେ ଚୁକ୍ତିନାମା ଅନୁଯାୟୀ ୩୬ଟି ବିମାନ ଠିକ ସମୟରେ ପ୍ରଦାନ କରାଯିବ । ଗତବର୍ଷ ଭାରତର ବାୟୁସେନାର ଇଂଡକ୍ସନ ସମାରୋହରେ ସେ ଯୋଗ ଦେବା ଓ ରାଫେଲ ବିମାନ ସାମିଲ ହେବା ପ୍ରକୃତ ସଫଳତା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଉଭୟ ଦେଶର ବାୟୁସେନା ରାଫାଲକୁ ବ୍ୟବହାର କରୁଥିବାର ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ଏହା ପ୍ରକୃତ ସମ୍ପତ୍ତି ଅଟେ । ସେ ଭାରତ ଦ୍ୱାରା ଆବଶ୍ୟକ ଯେକୌଣସି ଅତିରିକ୍ତ ଆବଶ୍ୟକତା ଏବଂ ଅନୁରୋଧର ଉତ୍ତର ଦେବାକୁ ଫ୍ରାନ୍ସ ପ୍ରସ୍ତୁତ ଥିବା କହିଛନ୍ତି । ଖୁବ୍ ଶୀଘ୍ର ଏକ ବିମାନ ପରିବହନକାରୀ ଯୋଗାଇ ଦିଆଯିବ ଏବଂ ଆବଶ୍ୟକ ହେକେ ଭାରତକୁ ଆବଶ୍ୟକତା ଅନୁଯାୟୀ ରାଫେଲ ଯୋଗାଇ ଦିଆଯିବ । ଫ୍ଲୋରେନ୍ସ କହିଛନ୍ତି, ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ମୂଲ୍ୟବାନ ଏବଂ ଆମର ପରସ୍ପର ଉପରେ ଥିବା ବିଶ୍ୱାସ ନିକଟ ଅତୀତରେ ଏତେ ପରିମାଣରେ ବିକଶିତ ହୋଇଛି ଯେ ଗଙ୍ଗା ଏବଂ ସେଇନ୍ ମଧ୍ୟରେ ଦୂରତା କମିବା ପରି ମନେ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking