27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବସ୍ତାରା ଟୋଲ ନିକଟରୁ ୪ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

ବସ୍ତାରା ଟୋଲ ନିକଟରୁ ୪ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

କର୍ଣ୍ଣାଲ: ହରିୟାଣାର କର୍ଣ୍ଣାଲରେ ପୁଲିସକୁ ବଡ଼ ସଫଳତା ମିଳିଛି । ଆଇବି ସୂଚନା ଆଧାରରେ କର୍ଣ୍ଣାଲ ପୁଲିସ ବସ୍ତାରା ଟୋଲ ନିକଟରୁ ଗୁରୁବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗାଡ଼ିରେ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଥିବା ପୁଲିସକୁ ସୂଚନା ମିଳିଥିଲା । ପୁଲିସ ଖାନତଲାସୀ କରିବା ପରେ ଅଖା ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ଆତଙ୍କବାଦୀଙ୍କ ଇନୋଭା ଗାଡ଼ି ବସ୍ତାରା ଟୋଲ ଅତିକ୍ରମ କରି ମଧୁବନ ପର୍ଯ୍ୟନ୍ତ ପଳାଇଥିଲା । ସେଠାରେ ଅଭିଯୁକ୍ତମାନେ ପୁଲିସ ହାତରେ ଧରାପଡ଼ିଥିଲେ । ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ସୂଚନା ମୁତାବକ, ସମସ୍ତ ଅଭିଯୁକ୍ତ ୨୦ରୁ ୨୨ ବର୍ଷ ବୟସର ଓ ସମସ୍ତେ ନାନ୍ଦେଡ଼ ଯାଉଥିଲେ । ଅପରାହ୍ନରେ ପୁଲିସ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସୂଚନା ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking