ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ପୁଞ୍ଛରେ ୪ ଜଣ ଆତଙ୍କବାଦୀକୁ ନିହତ କରିଛି ଭାରତୀୟ ସେନା । ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ସୋମବାର ରାତିରୁ ଗୁଳି ବିନିମୟ ଜାରି ରହିଥିଲା । ପୁଞ୍ଛର ସିନ୍ଧାରା ଅଞ୍ଚଳରେ ଏହି ଗୁଳି ବିନିମୟ ଚାଲିଥିଲା । ରାତି ୧୧.୩୦ ରେ ଆତଙ୍କୀ ଏବଂ ସୁରକ୍ଷା ବଳ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
J&K | Four terrorists have been killed by the security forces in a joint operation in the Sindhara area of Poonch. The first engagement between security forces took place at around 11:30 pm yesterday after which drones were deployed along with other night surveillance equipment.…
— ANI (@ANI) July 18, 2023
ଏହାପରେ ଡ୍ରୋନ ଏବଂ ଅନ୍ୟ ସର୍ଭିଲାନ୍ସ ଜରିଆରେ ଆତଙ୍କୀକୁ ଖୋଜି ଏନକାଉଣ୍ଟର କରାଯାଇଥିଲା । ଏହି ଅପରେସନର ନାମ ତ୍ରିନେତ୍ର ରହିଥିଲା । ସେନାର ସ୍ୱତନ୍ତ୍ର ବଳ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀର ପୋଲିସ ଯବାନ ଏବଂ ଅନ୍ୟ ଯବାନମାନେ ଅପରେସନରେ ସାମିଲ ରହିଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଘଟଣା ସ୍ଥଳରୁ ପୋଲିସ ଗ୍ରେନେଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି । ସର୍ଚ୍ଚ ଅପରେସନ ପରେ ସୁରକ୍ଷା ବଢାଇଦିଆଯାଇଛି ।