ମୁନିଗୁଡା: ରାୟଗଡାରେ ବିଦ୍ୟାଳୟରେ ଖେଳୁଥିବା ବେଳେ ବଡ ଅଘଟଣ । ପାଇକଡାକୁଲଗୁଡା ହାଇସ୍କୁଲରେ ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ୪ ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇଦେଲେ ଆଉ ଜଣେ ଛାତ୍ର । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ସେମାନଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ କାରଣରୁ ଥିନର ଢାଳି ନିଆଁ ଲଗାଇଛନ୍ତି ଛାତ୍ର ଜଣକ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।










