ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସୁରନକୋଟରେ ଥିବା ଏକ ସେନା ଶିବିରରେ ଗୁଳିମାଡ ହୋଇଛି । ଏଥିରେ ଅତିକମରେ ୩ରୁ ୪ ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି । । ଆଜି ଏହି ଗୁଳିମାଡ ଘଟିଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ କାହିଁକି ଏହି ଗୁଳିକାଣ୍ଡ ଘଟିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।
ଏ ସମ୍ପର୍କରେ ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ସୁରନକୋଟର ସହରରେ ଥିବା ଆର୍ମି କ୍ୟାମ୍ପ୍ ଭିତରେ ସକାଳ ସମୟରେ ଏହି ଗୁଳିମାଡ ହୋଇଛି । ଦୁର୍ଘଟଣାବଶତଃ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।