ଭୁବନେଶ୍ବର: ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ । ଦୁର୍ଘଟଣା ଘଟେଇଲେ , ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ । ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ । ଖଣ୍ଡା ଚୋଟରେ ଗୁରୂତର ଆହତ ହେଇଛନ୍ତି ଯୁବକ । ଆହତ ଯୁବକ ହେଲେପୂର୍ବ ପଶ୍ଚିମବଙ୍ଗ, ମେଦିନ ପୁର, ବୁଦ୍ଧ ଭୂୟାଁ । ମୁଣ୍ଡ, ଗୋଡ଼ରେ ଗଭୀର ଆଘାତ ଲାଗିଚି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ରେ ଭର୍ତ୍ତି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ରାତିରେ ହୋଟେଲ ରୁ କାମସାରି ଫେରୁଥିବା ବେଳେ ୨ ଜଣ ଯୁବକ ଆସି ଆହତ ଜୁବକଙ୍କ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଉଭୟଙ୍କ ଭିତରେ ପଟିତୁଣ୍ଡ ହେଇଥିଲେ ଓ ମାଆରିଥିଲେ । ବିରୋଧ କରିବାରୁ ଆଉ ୨ ଜଣ ଯୁବକ ଆସି ଖଣ୍ଡରେ ହାଣିଛନ୍ତି । ଘଟଣାସ୍ଥଳ ରୁ ୪ ଜୁବକ ଚଂପଟ ମାରିଛନ୍ତି ।









