24.1 C
Bhubaneswar
Thursday, December 18, 2025
Homeଓଡିଶାଚାରି ଜଣ ଅଭିଯୁକ୍ତ ଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ

ଚାରି ଜଣ ଅଭିଯୁକ୍ତ ଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ

ଯାଜପୁର : ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଚାରି ଜଣ ଅଭିଯୁକ୍ତ ଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ତାଙ୍କ ପୁରୁଷ ବଂଧୁଙ୍କ ସହ କଳିଙ୍ଗ ନଗର, କାଳିଆପାଣି, ସୁକିନ୍ଦା ଆଦି ବିଭିନ୍ନ ଅଞ୍ଚଳ ରେ ବୁଲାବୁଲି କରିବା ପରେ ଫେରିବା ପାଇଁ ରାତି ରେ ବସ ନମିଳିବାରୁ ଟାଟା ମାଇନ୍ସ କଲୋନୀ ର ଜଣେ ବାନ୍ଧବୀଙ୍କ ଘରେ ଆଶ୍ରୟ ନେବାକୁ ଯିବା ସମୟ ରେ ଜଙ୍ଗଲ ରାସ୍ତାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିଲେ। ସେହି ସମୟ ରେ ଯୁବତୀ ଜଣଙ୍କ କୌଶଳକ୍ରମେ ଖସି ଯାଇ ସ୍ଥାନୀୟ ଅଞ୍ଚଳ ରେ ଜଣେ ମହିଳାଙ୍କ ଘରକୁ ଯାଇ ସାହାଯ୍ୟ ଭିକ୍ଷା କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣସ୍ଥଳରେ ପହଞ୍ଚି ନାବାଳିକା ଓ ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ଶୁଣାଣି କରି ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚାରି ଜଣ ଅଭିଯକ୍ତ ସନ୍ତୋଷ ପୃଷ୍ଟି, ଉମେଶ ମହନ୍ତ, ରବି ନାୟକ, ସତ୍ୟବ୍ରତ ବେହେରାଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୧ଲକ୍ଷ ଲେଖାଏଁ ମୋଟ ଚାରି ଲକ୍ଷ ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ। ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking