24.1 C
Bhubaneswar
Tuesday, February 10, 2026
Homeଓଡିଶାଫରେଷ୍ଟରଙ୍କୁ  ଗଛରେ ବାନ୍ଧିଲେ ଗ୍ରାମବାସୀ

ଫରେଷ୍ଟରଙ୍କୁ  ଗଛରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟର ଛବିଳ ବେହେରାଙ୍କ ଅବହେଳା ମନୋଭାବ କାର‌୍ୟ୍ୟ, ଅସଭ୍ୟ ବ୍ୟବହାର, ହାତୀ ନ ଘଉଡ଼ାଇବା ଯୋଗୁଁ ଉପଦ୍ରବ, ଉପଦ୍ରବରେ କ୍ଷୟକ୍ଷତିଙ୍କୁ ଅନୁକମ୍ପାମୂଳକ ସହାୟତା ନ ମିଳିବା ଆଦି ଅନେକ ଅଭିଯୋଗ ଆଣି ଗତ ଶୁକ୍ରବାର ରାତିରେ ଏକ ଗଛରେ ବାନ୍ଧି ରଖିଲେ ଉତ୍ତ୍ୟକ୍ତ ଲୋକେ। କୁଣ୍ଢେଇଗୋଳା ଥାନା ଭେଜିକୁଦର ଗ୍ରାମରେ ଏହି ଅଘଟଣ ଘଟିଛି।ଖବର ପାଇ ଏସିଏଫ ଅରୁଣ ବେହେରା, ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ବୁଝାସୁଝା ପରେ ରାତି ୧୧ଟାରେ ଫରେଷ୍ଟରଙ୍କୁ ଛାଡିଥିଲେ ଗ୍ରାମବାସୀ। ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେଲା ଛବିଳ ଫରେଷ୍ଟର ଭାବେ କାର‌୍ୟ୍ୟରତ। ମାତ୍ର ପରିତାପର ବିଷୟ ଲୋକଙ୍କୁ ଅଶାଳୀନ ବ୍ୟବହାର, କାର‌୍ୟ୍ୟରେ ଅବହେଳାରେ ଲୋକେ ଅତିଷ୍ଠ ହୋଇଥିଲେ। ବହୁ ଦିନ ହେଲା ତାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ହେଁ କିଛି ପଦକ୍ଷେପ ନିଆଯାଉ ନ ଥିଲା। ଫଳରେ ବାଧ୍ୟ ହୋଇ ଏପରି ଘଟଣା ଘଟାଇଥିବା ଜଣା ପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking