21.1 C
Bhubaneswar
Sunday, February 1, 2026
Homeଓଡିଶାବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା

ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା l ଏହି ବଜେଟ୍‌ କୌଣସି ଦୃଷ୍ଟିରୁ ଜନ କଲ୍ୟାଣକାରୀ ନୁହେଁ l ବରଂ ସମ୍ପୂର୍ଣ୍ଣ ଭାବେ ବଜେଟ କର୍ପୋରେଟ୍‌ ସ୍ୱାର୍ଥ ସମ୍ବଳିତ ଏକ ସରକାରୀ ଚିଠା l ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି l ଦିନକୁ ଦିନ ଗରିବ ଓ ଅସହାୟ ବର୍ଗ ପାଇଁ ଏହି ବଜେଟ୍‌ରେ କୌଣସି ଘୋଷଣା ନାହିଁ। ଆଞ୍ଚଳିକ ବୈଷ୍ୟମ ପୂର୍ବ ପରି ଜାରି ରହିଛି l ଯାହା ଦେଶର ସର୍ବାଙ୍ଗୀନ ଵିକାଶର ଅନ୍ତରାୟ ସାଜିଛି l ଆଞ୍ଚଳିକ ବୈଷମ୍ୟ ଦୂର କରିବା ଏକ ଜାତୀୟ ନୀତି ହେବା ଦରକାର l ମାତ୍ର ତାହା ବଜେଟରେ ପ୍ରତିଫଳିତ ହୋଇନାହିଁ l ଓଡ଼ିଶା ପରି ଏକ ପଛୁଆ ରାଜ୍ୟ ପାଇଁ ବଜେଟରେ ଅବହେଳା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଆମ ରାଜ୍ୟ ପାଇଁ କୌଣସି ଗୋଟିଏ ବୃହତ ତଥା ଆଖି ଦୃଶିଆ ଉନ୍ନୟନ ପ୍ରକଳ୍ପ ଘୋଷଣା କରାଯାଇନାହିଁ— ଓଡ଼ିଶାର ପ୍ରାକୃତିକ ସମ୍ପଦର ଦୋହନର ଅନ୍ତିମ ଚିଠା ପ୍ରସ୍ତୁତ କରାଯାଇଛି l କିପରି ଦେଶର ଅଧାରୁ ଅଧିକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ ଓଡ଼ିଶାରୁ ଶୀଘ୍ର ଉତ୍ତୋଳନ ଓ ନିଷ୍କାଷନ କରି ହେବ, ତାହାର ରାସ୍ତା ଆହୁରି ତୀବ୍ରତର ଭାବେ ଖୋଲି ଦିଆ ଯାଇଛି l ତାଳଚେର ଓ ଅନୁଗୁଳକୁ ପ୍ରମୁଖ ବନ୍ଦର ସହିତ ଯୋଡ଼ିବା ପାଇଁ ପ୍ରସ୍ତାବିତ ଜାତୀୟ ଜଳମାର୍ଗ ପ୍ରକଳ୍ପ ଖଣିଜର ତ୍ୱରିତ ପରିବହନକୁ ଗୁରୁତ୍ୱ ଦେଉଛି l ଏହା ରାଜ୍ୟ ତଥା ଦେଶର ସମତୁଲ୍ୟ ଉନ୍ନତିକୁ ପ୍ରାଧାନ୍ୟ ଦେଉ ନାହିଁ l

ଏହାର ଫଳ ସ୍ୱରୂପ ଓଡ଼ିଶାକୁ ପ୍ରଦୂଷଣ ଓ ପରିବେଶ ଜନିତ କ୍ଷତି ପୂର୍ବ ପରି ମିଳିବ l ଓଡିଶା ଆଜି ଯାଏଁ ନ୍ୟାୟସଂଗତ ଖଣିଜ ରାଜସ୍ବ କେନ୍ଦ୍ର ଠାରୁ ପାଇଲା ନାହିଁ l ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବା ଭଳି ଡାଉନସ୍ଟ୍ରିମ୍ ଶିଳ୍ପ ନାହିଁ। ଦେଶବ୍ୟାପୀ ବୁଣାକାର ବିକାଶ ପାଇଁ ଘୋଷଣା କରାଯାଇଛି l ଓଡ଼ିଶାରେ ଅତି କମ୍‌ରେ ଦୁଇଟି ବଡ଼ ଟେକ୍ସଟାଇଲ ପାର୍କ ସ୍ଥାପନ କରାଯାଇଥାନ୍ତା, ଯ ଦ୍ୱାରା ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି ହୋଇପାରିଥାନ୍ତା। ମୋଟ ଉପରେ କହିବାକୁ ଗଲେ ବଜେଟ୍‌ରେ ଓଡ଼ିଶା ପାଇଁ କୌଣସି ବିଶେଷ ଗୁରୁତ୍ୱ ଦେଖାଯାଇନାହିଁ। ରେଲବାଇ ମାଲବାହି ଆୟରେ ଦେଶର ସର୍ବାଧିକ ଅବଦାନ ଦେଇଥିବା ରାଜ୍ୟମାନଙ୍କ ମଧ୍ୟରୁ ଓଡ଼ିଶା ଗୋଟିଏ l ମାତ୍ର ପ୍ରସ୍ତାବିତ ସାତଟି ହାଇ ସ୍ପିଡ଼ ରେଳ କରିଡ଼ରରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଭୁବନେଶ୍ୱର–କୋଲକାତା ଓ ଭୁବନେଶ୍ୱର–ବିଶାଖାପଟ୍ଟଣମ ପରି ଗୁରୁତ୍ୱପୂର୍ଣ୍ଣ ରୁଟ୍‌ଗୁଡ଼ିକୁ ମଧ୍ୟ ବାଦ ଦିଆଯାଇଛି। ଓଡ଼ିଶା କିମ୍ବା ସାଧାରଣ ଓଡ଼ିଆ କୌଣସି ଦୟା ମାଗୁନାହିଁ; ସେ ଆର୍ଥିକ ନ୍ୟାୟ ଦାବି କରୁଛି। ଦେଶକୁ ନିଜ ଖଣିଜ ସମ୍ପଦରେ ସଶକ୍ତ କରୁଥିବା ଏବଂ ଅର୍ଥନୈତିକ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଏକ ରାଜ୍ୟ ଶିଳ୍ପ ଓ ସୁଯୋଗ ପାଇବାକୁ ଯୋଗ୍ୟ। ଆମ ସମ୍ପଦ ଦୋହନ କରାଯାଉଛି କିନ୍ତୁ ଆମ ଉନ୍ନତିକୁ ପ୍ରାଥମିକତା ଦିଆଯାଉନାହିଁ l କେନ୍ଦ୍ର ସରକାରଙ୍କ ଦଶନ୍ଧି ଦଶନ୍ଧି ଧରି ଧାରାବାହିକ ପ୍ରବୃତ୍ତି ସମସ୍ତଙ୍କୁ ନିରାଶ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking