ନାଗପୁର: ବିଦର୍ଭର ପୂର୍ବତନ ରଣ୍ଜୀ ଖେଳାଳି ପ୍ରବୀଣ ହିଙ୍ଗଣୀକରଙ୍କ କାର୍ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରବୀଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ମହାରାଷ୍ଟ୍ରର ବୁଲ୍ଢ଼ାଣା ଜିଲ୍ଲାର କଲ୍ୟାଣ ଗାଁ ନିକଟ ସମୃଦ୍ଧି ଏକ୍ସପ୍ରେସ୍ୱେରେ ଘଟିଛି ।
ପୂର୍ବତନ ରଣ୍ଜୀ ଖେଳାଳି ଏବଂ ବିଦର୍ଭ କ୍ରିକେଟ୍ ସଂଘର ପୂର୍ବତନ କ୍ୟୁରେଟର ପ୍ରବୀଣ (୫୬) ଏବଂ ତାଙ୍କ ପତ୍ନୀ ପୁଣେରୁ ନାଗପୁର ଫେରୁଥିବା ବେଳେ ହାଇୱେ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ତାଙ୍କ କାର୍ ପଛପଟୁ ଧକ୍କା ଦେଇଥିଲା । ଏହି ଧକ୍କା ଏବେ ଭୟଙ୍କର ଥିଲା ଯେ କାର୍ର ଆଗଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ବାଂଲାଦେଶ କ୍ରିକେଟ୍ ବୋର୍ଡର କ୍ୟୁରେଟର ଭାବେ କାର୍ଯ୍ୟ କରୁଥିବା ପ୍ରବୀଣଙ୍କୁ ଚିକିତ୍ସା ପାଇଁ ମେହକରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ବିଦର୍ଭ କ୍ରିକେଟ୍ ଟିମ୍ କ୍ୟାପ୍ଟେନ୍ ଥିବା ହିଙ୍ଗଣୀକର ୫୨ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୧୮୦୫ ରନ୍ କରିଛନ୍ତି । ଏହା ମଧ୍ୟ ସେ ୪୭ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ସେହିପରି ୧୭ ଲିଷ୍ଟ୍-ଏ ମ୍ୟାଚ୍ରେ ସେ ୩୯୦ ରନ୍ ସଂଗ୍ରହ ସହିତ ସାତ ୱିକେଟ୍ ମଧ୍ୟ ନେଇଥିଲେ ।