34.1 C
Bhubaneswar
Monday, September 30, 2024
Homeଦେଶ ବିଦେଶପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍

ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ: ୧୯୯୫ ମଶରଖ୍ ଡବଲ୍ ମର୍ଡର୍ କେସ୍‌ରେ ସୁପ୍ରିମ୍‌କୋର୍ଟ ପୂର୍ବତନ ଆର୍‌ଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ କୋର୍ଟ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୦୮ରେ ପାଟନାର ଏକ କୋର୍ଟ ପ୍ରଭୁନାଥଙ୍କୁ ଏହି ମାମଲାରୁ ଖଲାସ କରିଦେଇଥିଲା । ପରେ ୨୦୧୨ରେ ପାଟନା ହାଇକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ୍ ରଖିଥିଲେ । ସୁପ୍ରିମ୍‌କୋର୍ଟ ଅଗଷ୍ଟ ୧୮ରେ ପ୍ରଭୁନାଥଙ୍କ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ ।

ବିଧାୟକ ଅଶୋକ ସିଂହ ହତ୍ୟାକାଣ୍ଡରେ ସେ ଏବେ ଝାଡ଼ଖଣ୍ଡର ହଜାରିବାଗ ସେଣ୍ଟ୍ରାଲ୍ ଜେଲ୍‌ରେ ଆଜୀବନ ଦଣ୍ଡାଦେଶ କାଟୁଛନ୍ତି । ୧୯୯୫ ବିହାର ବିଧାନସଭା ନିର୍ବାଚନ ବେଳେ ଛପରାର ମଶରଖ୍‌ରେ ୧୮ ବର୍ଷୀୟ ରାଜେନ୍ଦ୍ର ରାୟ ଏବଂ ୪୭ ବର୍ଷୀୟ ଦାରୋଗା ରାୟଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ଦୁହେଁ ପ୍ରଭୁନାଥଙ୍କ କହିବା ଅନୁସାରେ ତାଙ୍କୁ ଭୋଟ୍ ଦେଇନଥିବା ଅଭିଯୋଗ ହୋଇଥିଲା । ଏହି ନିର୍ବାଚନରେ ପ୍ରଭୁନାଥଙ୍କୁ ହରାଇ ଅଶୋକ ସିଂହ ବିଧାୟକ ହୋଇଥିଲେ । ଏହାପରେ ପ୍ରଭୁନାଥ ୯୦ ଦିନ ମଧ୍ୟରେ ଅଶୋକଙ୍କୁ ହତ୍ୟା କରିବା ଧମକ ଦେଇଥିଲେ । ୧୯୯୫ ଜୁଲାଇ ୩ ତାରିଖରେ ଅଶୋକ ସିଂହଙ୍କୁ ହତ୍ୟା ହୋଇଥିଲା । ଏହା ତାଙ୍କର ବିଧାୟକ ହେବାର ୯୦ତମ ଦିନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking