33.1 C
Bhubaneswar
Saturday, October 5, 2024
Homeଓଡିଶାପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ପରଲୋକ

ବାରିପଦା : ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ପରଲୋକ ।ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ । ବୁଧବାର ସକାଳେ ବେତନଟୀ ଫାର୍ମ ହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଳଡ ଡାୟଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ୧୦ଟା ସମୟରେ ଆଖି ବୁଜି ଥିଲେ।
ସ୍ବର୍ଗତ ଶ୍ରୀ ନାୟକ ୨୦୦୦ଫେବୃଆରୀ ୨୯ତାରିଖରେ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ବାଦଶ ବିଧାନସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ । ବିଜେପିରୁ ସେ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୦-୨୦୦୪ ଓ ୨୦୦୪-୨୦୦୯ ବିଜେପିରୁ ଦୁଇ ଥର ନିର୍ବାଚିତ ହୋଇ ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ । ପରବର୍ତୀ ସମୟରେ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ୨୦୦୧୪-୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ତେବେ ଆଜି ହଠାତ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୄତ୍ୟୁ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତୄବୄନ୍ଦ, ସମର୍ଥକଙ୍କ ଭିଡ ଲାଗି ରହିଛି । ମର ଶରୀରକୁ ବାସସ୍ଥାନ ବେତନଟୀ ଫାର୍ମ ହାଉସକୁ ନିଆଯିବା ପରେ ସେଠାରୁ ପୈତୃକ ଗ୍ରାମ ବଡସାହି ବ୍ଳକ ଶିଆଳିଘାଟି ପଂଚାୟତ ବୁଢେଇରଣାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ଗୋଲକ ବିହାରୀ ନାୟକଙ୍କ ପରଲୋକ ଦୁଃଖଦ ଖବର ପାଇ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking