ଇସ୍ଲାମାବାଦ: ପାକିସ୍ତାନରେ ଲସ୍କର-ଏ-ତୋଇବାର ପୂର୍ବତନ କମାଣ୍ଡାର୍ ଆକରମ୍ ଖାନ୍କୁ ଗୁଳିମାରି ହତ୍ୟା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଖାଇବର-ପଖ୍ତୁନ୍ଖ୍ୱାର ବଜୌର୍ ବାଇକ୍ ଆରୋହୀ ଅଜ୍ଞାତ ଆକ୍ରମଣକାରୀ ତା’ ଉପରକୁ ଗୁଳି ଚଳାଇଥିଲେ । ଆକରମ୍ ଖାନ୍ ଓରଫ୍ ଆକରମ୍ ଗାଜି ୨୦୧୮ରୁ ୨୦୨୦ ମଧ୍ୟରେ ଲସ୍କର୍ ସଂଗଠନରେ ଆତଙ୍କୀଙ୍କ ନିଯୁକ୍ତି ଦାୟିତ୍ୱରେ ଥିଲା । ଆକରମ୍ ପାକିସ୍ତାନରେ ସର୍ବଦା ଭାରତ ବିରୋଧୀ ଭାଷଣ ଦେଉଥିଲା ।
ଗାଜିର ମୃତ୍ୟୁକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଚପାଇ ଦେବାକୁ ଉଦ୍ୟମ କରୁଥିବା କେତେକ ରିପୋର୍ଟରେ ମଧ୍ୟ କୁହାଯାଉଛି । ଇତିମଧ୍ୟରେ ଗାଜିକୁ ମିଶାଇ ପାକିସ୍ତାନରେ ନିକଟ ଅତୀତରେ ଲସ୍କର୍ର ତିନିଜଣ ଟପ୍ କମାଣ୍ଡର୍ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ସେହିପରି ଚଳିତ ବର୍ଷ କୌଣସି ଆତଙ୍କବାଦୀ କମାଣ୍ଡର ହତ୍ୟା ସହ ଜଡ଼ିତ ଏହା ଷଷ୍ଠ ଘଟଣା । ଏହା ପୂର୍ବରୁ ନଭେମ୍ବର ୫ ତାରିଖରେ ୨୦୧୮ ପୁଲ୍ୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଖ୍ୱାଜା ଶାହିଦିକୁ ଏଲ୍ଓସି ନିକଟରେ ହତ୍ୟା କରାଯାଇଥିଲା ।