କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ ହୋଇଯାଇଛି । ତାଙ୍କର ଦେହାନ୍ତ ବେଳକୁ ୮୪ ବର୍ଷ ହୋଇଥିଲା । ନିଜ ବାସଭବନ ସଲାଗୁଡା ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ଶିକ୍ଷକତାରୁ ଅବସର ଗ୍ରହଣ କରିବା ପରେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡା ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ଶଯ୍ୟାରେ ପଡି ରହି ଚିକିତ୍ସିତ ହେଉଥିଲେ । ଗୁରୁତର ହେବାରୁ ଆଜି ସକାଳ ସମୟରେ ମୃତ୍ୟୁ ବରଣ କରିଛନ୍ତି ।
ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲା ବିଜେପି, ବିଜେଡି ଓ କଂଗ୍ରେସ ଦଳ ନେତା ଓ ସ୍ଥାନୀୟ ବ୍ୟକ୍ତିଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜିଲ୍ଲାରେ ଶୋକରେ ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ କହଁରଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।