27.1 C
Bhubaneswar
Sunday, September 29, 2024
Homeଓଡିଶାବିଦେଶୀଙ୍କୁ ପସନ୍ଦ ଆସୁଛି ଓଡ଼ିଶା ପର୍ଯ୍ୟଟନ; ଆମେରିକା, ଜାପାନରୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ

ବିଦେଶୀଙ୍କୁ ପସନ୍ଦ ଆସୁଛି ଓଡ଼ିଶା ପର୍ଯ୍ୟଟନ; ଆମେରିକା, ଜାପାନରୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ

ଭୁବନେଶ୍ୱର: ବିଦେଶରେ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ । ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜରେ ଚମକିଛି ପର୍ଯ୍ୟଟନ ଶିଳ୍ପ । ମହାମାରୀ ପରେ ଓଡ଼ିଶାରେ ବଢିଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ୨୦୨୧ ତୁଳନାରେ ୨୦୨୨ରେ ୮୭୫ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆଗମନ କରିଛନ୍ତି । ସେହିପରି ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ୧୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ରିପୋର୍ଟ ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।

୨୦୨୧ରେ ୩୭ଲକ୍ଷ ୪୨ ହଜାର ୨୨୧ ଭାରତୀୟ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୭୮ଲକ୍ଷ ୬୭ହଜାର ୯୦୯ ଛୁଇଁଥିଲା । ସେହିପରି ୨୦୨୧ରେ ମାତ୍ର ୨୨ଶହ ୬୯ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୨୨ହଜାର ୧୨୧ ଛୁଇଁଥିଲା ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ରିପୋର୍ଟ ଦେଇଛି । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ଜାପାନ ଓ ଜର୍ମାନୀର ଅଧିକ ପର୍ଯ୍ୟଟକ ରହିଛନ୍ତି ।

ଓଡିଆ କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ଦେବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ କରୋନା ମହାମାରୀ ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଜଗଦ୍ଦେବ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନସ୍ଥଳୀକୁ ଏକ୍ସପ୍ଲୋର କରିବାକୁ ପର୍ଯ୍ୟଟକ ବିଭାଗ ପକ୍ଷରୁ କରାଯାଇଥିବା ଓଡ଼ିଶା ବାଇ ରୋଡ କ୍ୟାମ୍ପେନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ଏହାସହ ରାଜ୍ୟର ପ୍ରାକୃତିକ ସେ?ନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ସରକାର ବିଭିନ୍ନ ସ୍ଥାନରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।

ଏହାସହ ଆଉଟଡୋର ବ୍ରାଣ୍ଡିଂ ଓ ଡିଜିଟାଲ ମାର୍କେଟିଂ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ଚଳିତବର୍ଷ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ସିଧାସଳଖ ବିମାନସେବା ଲଞ୍ଚ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିପାରେ ବୋଲି ପର୍ଯ୍ୟଟକ ବିଭାଗ ଆଶାବାଦୀ ରହିଛଇ । ନିକଟରେ ସିଙ୍ଗାପୁର, ବ୍ୟାଙ୍ଗକକ, ହାନୋଇରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା ।

ଏହାସହ ସିଲିକନ ଭ୍ୟାଲି, ୟୁଏସ୍‌ଏ, ସିଙ୍ଗାପୁର ଏବଂ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ସହ ଡାଇରେକ୍ଟ ବିମାନ ସେବା ଥିବା ଦେଶର ଦୂତାବାସ ସହ ପର୍ଯ୍ୟଟନ ବିଭାଗ ଯୋଗାଯୋଗରେ ରହିଛି । ଏହାସହ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ପଖାଳ ଦିବସ, ଛେନା ପୋଡ଼ ଦିବସ, ପଣା ସଂକ୍ରାନ୍ତି ଭଳି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପ୍ରୋତ୍ସାହିତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking