17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶରାଫା ସୀମାନ୍ତ ଦେଇ ଗାଜା ଛାଡ଼ିଲେ ବିଦେଶୀ ନାଗରିକ

ରାଫା ସୀମାନ୍ତ ଦେଇ ଗାଜା ଛାଡ଼ିଲେ ବିଦେଶୀ ନାଗରିକ

ରାଫା:  ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନଥିବାବେଳେ ଇସ୍ରାଏଲ ଆକ୍ରମଣରେ ଗାଜା ଉପତ୍ୟକା ବର୍ତ୍ତମାନ ଧ୍ୱଂସସ୍ତୂପରେ ପରିଣତ ହୋଇସାରିଲାଣି । ଇସ୍ରାଏଲୀ ସେନା ସ୍ଥଳପଥରେ ଗାଜାରେ ପ୍ରବେଶ କରି ହାମାସ୍ ସଂଗଠନର ଆଡ୍ଡାସ୍ଥଳୀଗୁଡିକୁ ନିଶ୍ଚିହ୍ନ କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗାଜାରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକମାନେ ବୁଧବାର ପ୍ରଥମ ଥର ପାଇଁ ରାଫା ସୀମାନ୍ତ ଦେଇ ପଡୋଶୀ ଇଜିପ୍ଟ ପଳାଇଥିବା ଜଣାପଡିଛି । ରାଫା ସୀମାନ୍ତ ଖୋଲିବାକୁ ଇସ୍ରାଏଲ ଅନୁମତି ଦେବାପରେ ବିଦେଶୀ ନାଗରିକମାନେ ଆଶ୍ୱସ୍ତ ହୋଇପଡିଛନ୍ତି ।

ପ୍ରଥମ ଦଫାରେ ପ୍ରାୟ ୪୦୦ ବିଦେଶୀ ନାଗରିକ ଇଜିପ୍ଟ ଚାଲିଯାଇଛନ୍ତି । ଜାତିସଂଘ ସୂଚନା ମୁତାବକ ଗାଜା ଉପତ୍ୟକାରେ ୨୪ ଲକ୍ଷ ମୂଳ ଅଧିବାସୀଙ୍କ ସମେତ ୪୪ଟି ରାଷ୍ଟ୍ରର ସହସ୍ରାଧିକ ବିଦେଶୀ ନାଗରିକ ଅବସ୍ଥାନ କରୁଛନ୍ତି । ବିଗତ ତିନି ସପ୍ତାହ ହେଲା ସେମାନେ ଇସ୍ରାଏଲ ଆକ୍ରମଣର ସମ୍ମୁଖୀନ ହୋଇଆସୁଛନ୍ତି । ବର୍ତ୍ତମାନ ରାଫା ସୀମାନ୍ତ ଖୋଲିଥିବାରୁ ସେମାନେ ପ୍ରାଣ ବିକଳରେ ଇଜିପ୍ଟ ମୁହାଁ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଇସ୍ରାଏଲ ପକ୍ଷରୁ ଅବରୋଧ କରାଯାଇଥିବାରୁ ଗାଜା ଉପତ୍ୟକାକୁ ଖାଦ୍ୟ, ପାନୀୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରୁନାହିଁ । ତିନି ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟପକ୍ଷର ୯୦୦୦ ଲୋକ ପ୍ରାଣ ହରାଇସାରିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି । ପୁନଶ୍ଚ ଇସ୍ରାଏଲ ଓ ହାମାସ୍ ପ୍ରତିପକ୍ଷର ଶତାଧିକ ସୈନ୍ୟ ଓ ନାଗରିକଙ୍କୁ ପଣବନ୍ଦୀ ରଖିଥିବାବେଳେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking