34.1 C
Bhubaneswar
Friday, October 18, 2024
Homeଓଡିଶାଫୋର୍ବସ୍ ଲିଗାଲ ପାୱାର୍ ଲିଷ୍ଟ ୨୦୨୨ ରେ ମନୀଷ ଖରବନ୍ଦା

ଫୋର୍ବସ୍ ଲିଗାଲ ପାୱାର୍ ଲିଷ୍ଟ ୨୦୨୨ ରେ ମନୀଷ ଖରବନ୍ଦା

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଆଡଭାଇଜର (ଲିଗାଲ୍) ଶ୍ରୀ ମନୀଷ ଖରବନ୍ଦା ସଦ୍ୟ ପ୍ରକାଶ ପାଇଥିବା ଫୋର୍ବସ୍ ଲିଗାଲ୍ ପାୱାର୍ ଲିଷ୍ଟ ୨୦୨୨ ରେ ଭାରତର ଶ୍ରେଷ୍ଠ ୫୦ ଜେନେରାଲ୍ କାଉନସେଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଇନ ପରାମର୍ଶ ସେବାରେ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ପାଇଁ ସେ ଏହି ସମ୍ମାନଜନକ ସ୍ୱୀକୃତି ପାଇଁ ଭାରତର ସର୍ବୋତ୍ତମ ଆଇନଜୀବୀ ତଥା ବିଚାରପତିଙ୍କୁ ନେଇ ଗଠିତ ଏକ କମିଟି ଦ୍ଵାରା ମନୋନୀତ କରାଯାଇଛି।

ଦେଶର କର୍ପୋରେଟ୍ ଜଗତର ବିଭିନ୍ନ ଶ୍ରେଷ୍ଠ କମ୍ପାନୀରେ ଅନେକ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଶ୍ରୀ ମନୀଷ ଖରବନ୍ଦା ଜଣେ ଏବେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଆଡଭାଇଜର୍ (ଲିଗାଲ୍) ଭାବରେ କାର୍ଯ୍ୟ କରୁଛନ୍ତି | ଏହାପୂର୍ବରୁ ସେ ସଫଳତାର ସହ ଜେଏସପିର ମାଇନ୍ସ ଏବଂ ମିନେରାଲ୍ସ ବ୍ୟବସାୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ – ଗ୍ରୁପ୍ ହେଡ୍ (କଞ୍ଚାମାଲ ସୋର୍ସିଂ) ଏବଂ ଓଡିଶା ବ୍ୟାପାରର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି |

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ କରିଥିବା ଫାଇନାନ୍ସ ଆଣ୍ଡ ମାନବ ସମ୍ବଳରେ ଇକଫାଇରୁ ଏମବିଏ ସମାପ୍ତ କରିଛନ୍ତି। ଏହା ସହ ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ସେ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking