27.1 C
Bhubaneswar
Sunday, September 29, 2024
Homeଓଡିଶାଦ୍ୱିତୀୟ ଥର ପାଇଁ ଓଡିଶାର ଜାଗା ମିଶନ୍ କୁ ମିଳିଲା ୨୦୨୩ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର

ଦ୍ୱିତୀୟ ଥର ପାଇଁ ଓଡିଶାର ଜାଗା ମିଶନ୍ କୁ ମିଳିଲା ୨୦୨୩ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର

ଭୁବନେଶ୍ୱର:ଓଡ଼ିଶାର ଜାଗା ମିଶନ୍, ଏକ ପ୍ରକଳ୍ପ ମାଧ୍ୟମରେ ବସ୍ତିରେ ରହୁଥିବା ଏକ ଲକ୍ଷ ସହରୀ ଗରିବ ଲୋକଙ୍କୁ ଉପକୃତ କରି ଦ୍ୱିତୀୟ ଥର ପାଇଁ ‘ବିଶ୍ୱ ହାବିଟାଟ୍ ପୁରସ୍କାର’ ହାସଲ କରିଛି ଓଡ଼ିଶା। ୨୦୨୩ ପାଇଁ ଏହା ବ୍ରୋଞ୍ଜ ପୁରସ୍କାର ବିଜେତା ହେଇଛି ।

ଦ୍ୱିତୀୟ ଥର ପାଇଁ ଜାଗା ମିଶନ ପାଇଁ  ୱାର୍ଲ୍ଡ ହାବିଟାଟ୍ ପୁରସ୍କାର ପାଇଛି । ଜାଗା ମିଶନ୍ ସଫଳତାର ସହ ଦର୍ଶାଇଛି ଯେ କିପରି ଅନୌପଚାରିକ ବସ୍ତିବାସିନ୍ଦା ତଥା ବସ୍ତି ବାସିନ୍ଦାଙ୍କୁ ସହରର ଏକ ଅପରିହାର୍ଯ୍ୟ ଅଂଶ ଭାବରେ ସ୍ୱୀକୃତି ଦେଇ ସେମାନଙ୍କୁ ଜମି ଅଧିକାର ସୁରକ୍ଷା ଏବଂ ଉନ୍ନତ ଜୀବନଯାପନ ସ୍ଥାନ ଦେଇଛନ୍ତି ସରକାର । ଭାରତର ପ୍ରଥମ ବସ୍ତିମୁକ୍ତ ରାଜ୍ୟ ହେବାର ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି ପଦକ୍ଷପ ନେଇଥିଲେ । ୧୯୧୯ ବସ୍ତିରେ ରହୁଥିବା ୧.୭ ନିୟୁତ ଲୋକଙ୍କ ଜୀବନଧାରଣ ମାନ ବଦଳିବ। ଫୋକସରେ ବସ୍ତିବାସିନ୍ଦାଙ୍କ ଦାରିଦ୍ର ଦୂରୀକରଣ ରଖାଯାଇଛି। ଜମି ଅଧିକାର ମିଳିବା ଦ୍ବାରା ଉଚ୍ଛେଦ ଭୟ ଦୂର ହେଉଛି। ୩୦ ଜିଲ୍ଲାର ୭୦୭ ବସ୍ତିର ଉନ୍ନତିକରଣ କରାଯାଇଛି। ରାଜ୍ୟର ୮ ସହରକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking