28.1 C
Bhubaneswar
Sunday, July 27, 2025
Homeଓଡିଶାପତଳା ଝାଡ଼ାରେ ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ : ଜଣେ ମୃତ, ୩ ଗୁରୁତର

ପତଳା ଝାଡ଼ାରେ ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ : ଜଣେ ମୃତ, ୩ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ଟାଙ୍ଗନକଣା ଗ୍ରାମରେ ଆଜିକି ୧୫ ଦିନ ହେଲା ପତଳା ଝାଡ଼ାରେ ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ ଥିବା ବେଳେ ସମବାର ସୀଟା ମାଝୀ (୫୫)ଙ୍କ ଭୋର ସକାଳେ ୪ ଟାରେ ମୃତ୍ୟୁ ଘଟିଥିବା ବେଳେ ରୀନା ମାଝୀ(୧୮)ପୁରୁଷୋତ୍ତମ ମାଝୀ(୪୫) ଓ ତିଳତମା ମାଝୀ(୨୦)ଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣା ପଡ଼ିଛି । ଧୀରେ ଧୀରେ ପତଳା ଝାଡା ଗୋଟିକ ପରେ ଗୋଟିଏ ଛୋଟରୁ ବଡ ପର୍ଯ୍ୟନ୍ତ ଆଜିକୁ ୧୫ ଦିନ ହେଲା ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ ହେଉଥିବା ବେଳେ ଗାଁ ଦାଇତ୍ଵରେ ଥିବା ଏନ୍ଏମ ସାରନ୍ତି ତପ ଖବର ପାଇ ମଧ୍ୟ ନ ଆସି ଆଶା ଦିଦି ମଞ୍ଜୁ ମାଝୀଙ୍କ ହାତରେ ଓଆରଏସ ଓ ଔଷଧ ବଟିକା ପଠାଇ ଦେଉଥିବା ଓ ମାସ ମାସ ଧରି ଗାଁକୁ ଆସୁ ନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଆଜି ଜଣଙ୍କ ମୃତ୍ୟୁ ପରେ ଖବର ପାଇ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଆସି ଗାଁରେ ଔଷଧ ଓ ଓଆରଏସ ଲୋକଙ୍କୁ ଦେଇଥିଲେ ଏନ୍ଏମ୍ ଆସିନ ଥିବା ଗ୍ରାମବାସୀ କହିଛନ୍ତି । ହେଲେ ବର୍ତ୍ତମାନ ମଧ୍ୟ ଗ୍ରାମର ଛୋଟ ଛୋଟ ଶିଶୁ,ମହିଳା ଓ ପୁରୁଷ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଗାଁ ଲୋକେ କହିଛନ୍ତି । ଗ୍ରାମର ପୁରୁଷୋତ୍ତମ ମାଝୀ, ତିଳତମା ମାଝୀ, ରୀନାମାଝୀ, ଟିପାମାଝୀ, ଜମନୀ ମାଝୀ, ବଜଲି ମାଝୀ, ଗୁପ୍ତେଶ୍ଵର ମାଝୀ, ଲତକ ମାଝୀ, ଲହିତ ମାଝୀ, ନରେନ୍ଦ୍ର ମାଝୀ, ମୁକଲି ମାଝୀ, ପୂର୍ଣ୍ଣମୀମାଝୀ, ଲଷ୍ମୀ ମାଝୀ, ଆକାଶ ମାଝୀ, ସୋନାଲି ହରିଜନ, ଉର୍ମିଳା ମାଝୀ, ବାସନ୍ତୀ ମାଝୀ, ଭାରତ ମାଝୀ ଓ ଗ୍ରାମର ଅନ୍ୟମାନେ ମଧ୍ୟ ଆକ୍ରାନ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
https://onakhabar.com/2020/03/03/commit-suside-for-loan/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking