27.1 C
Bhubaneswar
Friday, March 29, 2024
HomeUncategorizedକୋରୋନା ଭାଇରସ ପାଇଁ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁୁ କହିଲା ଟ୍ୱିଟର

କୋରୋନା ଭାଇରସ ପାଇଁ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁୁ କହିଲା ଟ୍ୱିଟର

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭାଇରସ ଦୃତ ଗତିରେ ବ୍ୟାପୁଥିବା ବେଳେ ୩ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି । ଧିରେଧିରେ ଏହା ଭାରତରେ ମଧ୍ୟ କାୟା ବିସ୍ତାର କରିବାକୁ ଲାଗିଲାଣି । ଏହାରି ଭିତରେ ମାଇକ୍ରୋ ବ୍ଲଗିଂ ଓବସାଇଟ ଟ୍ୱିଟର ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି । ଆମେରିକାରେ କୋରୋନା ଭାଇରସ ପାଇଁ ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଦିଲ୍ଲୀ ଓ ତେଲଙ୍ଗାନାରେ ୨ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସେଥିପାଇଁ ଟ୍ୱିଟର ନିଜର ୫ ହଜାର କର୍ମଚାରୀଙ୍କୁ ଓାର୍କ ଫ୍ରମ୍ ହୋମ୍ ନେବା ପାଇଁ କହିଛି । ହଂଙ୍ଗ୍ କଙ୍ଗ୍‌, ଜାପାନ ଓ ସାଉଥ୍ କୋରିଆରେ ଥିବା ଟ୍ୱିଟର ଅଫିସର ସମସ୍ତ କାମ ଘରେ ଥାଇ କରାଯିବ ବୋଲି ସୂଚନା ମିଳିଛି ।

ଏହାସହ ଅନ୍ୟଦେଶରେ ଥିବା ଟ୍ୱିଟର ଅଫିସ୍ ରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଟ୍ୱିଟର ବିକଳ୍ପ ମଧ୍ୟ ଦେଇଛି । ସେମାନେ ଚାହିଁଲେ ଅଫିସ ଆସି କାମ କରିପାରିବେ । ନହେଲେ ଘରେ ଥାଇ ମଧ୍ୟ କାମ କରିପାରିବେ । ଏକ ଷ୍ଟେଟମେଂଟରେ ଟ୍ୱିଟର କହିଛି ଯେ, ଆମେ ଆମ କର୍ମଚାରୀଙ୍କୁ ଓର୍କ ଫ୍ରମ୍ ହୋମ୍ ନେବା ପାଇଁ ସହଯୋଗ କରୁଛୁ । କୋଭିଡ-୧୯ ଭାଇରସକୁ ରୋକିବା ହେଉଛି ଆମର ଉଦ୍ଦେଶ୍ୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking