ନୂଆଦିଲ୍ଲୀ: ଦିନକୁ ଦିନ ୟୁକ୍ରେନର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଲୋକମାନେ ନିଜ ମୌଳିକ ଅଧିକାରୀ ହରେଇବାକୁ ବସିଲେଣି । ନା ପେଟକୁ ଖାଇବା ମିଳୁଛି ନା ଶୋଷ ମେଣ୍ଟାଇବାକୁ ପାଣି । ଗତ ୩୧ ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ୩୧ ଦିନ ହେଲାଣି ଋଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି । ଏଥିରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଗଲା । ବର୍ତ୍ତମାନ ୟୁକ୍ରେନ କର୍ତ୍ତୃପକ୍ଷ ଦାବି କରୁଛନ୍ତି ଯେ ନିକଟରେ ଋଷର ସେନା ମାରିଓପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ଘଟିଛି । କେବଳ ଏତିକି ନୁହେଁ, ଖାଦ୍ୟ ସଙ୍କଟ ମଧ୍ୟ ଏଠାରେ ଗଭୀର ହେବାରେ ଲାଗିଛି । ଋଷ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଖାର୍କିଭଙ୍କୁ ସର୍ବାଧିକ ଟାର୍ଗେଟ କରିଛି । ଲଗାତାର ଭାବେ ଆକ୍ରମଣ କରିଛି । ଖାର୍କିଭରେ ପରିସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ହୋଇଛି । ବର୍ତ୍ତମାନ ଏଠାରେ ଖାଦ୍ୟ ସଙ୍କଟ ଦେଖାଦେଇଛି ।
ଲୋକମାନେ ଖାଇବାକୁ ଧାଡିରେ ଅପେକ୍ଷା କରିଛନ୍ତି । ଡାକ୍ତରଖାନାଗୁଡ଼ିକ ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କ ଦ୍ୱାରା ପରିପୂର୍ଣ୍ଣ । ଏହାରି ଭିତରେ ଖାର୍କିଭରୁ ଏକ ଖବର ଆସିଛି । ଖାର୍କିଭର ଜଣେ ମହିଳା ୟୁକ୍ରେନ ରେଡକ୍ରସ ସାହାଯ୍ୟରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛି । ଲୋକଙ୍କ ପାଖରେ ଖାଦ୍ୟ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଏଠାକୁ ଆସୁଥିବା ଅଧିକାଂଶ ଲୋକ ବୃଦ୍ଧ ଅଟନ୍ତି । ଏଥିରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ଏହା ସହ ସମସ୍ତ ଲୋକଙ୍କୁ ଡାଏପର୍, କମ୍ବଳ ଏବଂ ଖାଦ୍ୟ ଆବଶ୍ୟକ ହେଲେ ତାହା ଏବେ ସମ୍ଭବ ହୋଇପାରୁନି ସାହାଯ୍ୟ କରୁଥିବା ମହିଳା କହିଛନ୍ତି ଯେ ଏଠାରେ ଖାଇବାକୁ ଲମ୍ବା ଧାଡି ଅଛି । ଯେଉଁମାନେ ଏଠାକୁ ଆସନ୍ତି ସେମାନଙ୍କ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ କେବଳ ଏକ ଛୋଟ ପାତ୍ରରେ ଖାଇବା ଉପଲବ୍ଧ କରିପାରୁଛନ୍ତି ସେମାନେ । ଲୋକମାନେ ଭୟଭୀତ ହୋଇ ଶୀଘ୍ର ଖାଦ୍ୟ ସାମଗ୍ରୀ ସହିତ ନିଜ ଆଶ୍ରୟସ୍ଥଳରେ ଲୁଚିବାକୁ ଚାହାଁନ୍ତି ।
ସେପଟେ ଆମେରିକା ଦାବି କରିଛି ଋଷ କିଭ ଉପରେ ଆକ୍ରମଣ ବନ୍ଦ କରିଛି । ବର୍ତ୍ତମାନ ସ୍ଥଳଭାଗ ଆକ୍ରମଣକୁ ବନ୍ଦ କରି ଦେଇଛନ୍ତି ଏବଂ ନିୟନ୍ତ୍ରଣ ପାଇଁ ସଂଗ୍ରାମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସାର୍ବଭୌମ ଦେଶ ଭାବରେ ୟୁକ୍ରେନର ଅସ୍ତିତ୍ୱକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ଋଷ ଜେନେରାଲ ଷ୍ଟାଫ୍ର ଡେପୁଟି ଚିଫ୍ କର୍ଣ୍ଣେଲ-ଜେନେରାଲ୍ କହିଛନ୍ତି ଯେ ଅପରେସନର ପ୍ରଥମ ପର୍ଯ୍ୟାୟର ମୂଳ ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ଯୁଦ୍ଧ କ୍ଷମତା ହ୍ରାସ କରିବା, ଯାହା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି । ହେଲେ ୟୁକ୍ରେନ ରାଷ୍ଟ୍ରପତି ଏଥିରେ ଅସମର୍ଥ ଅଛନ୍ତି । ସେ କହିଛନ୍ତି ଆମେ ବହୁତ କିଛି ହରେଇଛୁ ସତ, ହେଲେ ଋଷ ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଏହି ଯୁଦ୍ଧରେ ବହୁତ କିଛି ହରେଇଛି । ଆମ ମନୋବଳ ଦୃଢ ଅଛି ଆଉ ରହିବ ।
ଅନ୍ୟପଟେ ଋଷର ସୈନିକ ନିଜ ଘରକୁ ଫେରିବାକୁ ଚାହାନ୍ତି । ହେଲେ ପୁଟିନ ତାଙ୍କ ପାଇଁ ସବୁ ରାସ୍ତା ବନ୍ଦ କରିଦେଇଛନ୍ତି । ନିଜକୁ ଆଘାତ କରିବାକୁ ମଧ୍ୟ ପଛାଉନାହାନ୍ତି ଋଷ ସୈନିକ । ୟୁକ୍ରେନ ସୈନ୍ୟଙ୍କ ଆତଗରେ ଋଷ ସୈନ୍ୟଙ୍କ ମନୋବଳ ଭାଙ୍ଗୁଛି । ଏଥିରେ ଉତକ୍ଷିପ୍ତ ହୋଇ ଋଷ ସୈନ୍ୟ ନିଜ ସେନା କମାଣ୍ଡରଙ୍କ ହତ୍ୟା କରିଛି । ଉଗ୍ର ରୂପ ଧାରଣ କରି ଟ୍ୟାଙ୍କ ଚଢାଇ କମାଣ୍ଡରଙ୍କ ହତ୍ୟା କରିଛନ୍ତି । କମାଣ୍ଡର ୟୁରି ମେଦବେଦେବ ଋଷ ସେନାଙ୍କ ସିନିୟର ଅଫିସର ଥିଲେ । ଯିଏକି ଏହି ଯୁଦ୍ଧର ପରିଚାଳନା କରୁଥିଲେ ।