ଭୁବନେଶ୍ୱର : ରାଜ୍ୟରେ ବଢୁଛି କୁହୁଡି, କମୁଛି ଶୀତ। କୁହୁଡିରେ ବିଭିନ୍ନ ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ଦୂରତା କମିଥିବାର ଦେଖିବାକୁ ମିଳିଛି । କୁହୁଡି ପାଇଁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନରେ ପାଗର ପରିବର୍ତ୍ତନ ଆସିବ । ରାଜ୍ୟରେ ସବୁଠାରୁ ଅଧିକ ଥଣ୍ଡା ସୁନ୍ଦରଗଡ଼ର କିରେଇ ଅଞ୍ଚଳରେ ଅନୁଭୂତ ହେଉଥିବା ସୂଚନା ମିଳିଛି । କୁହୁଡି ପାଇଁ ଲୋକମାନଙ୍କର ଘରୁ ବାହାରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଥିବାରୁ ଲୋକମାନଙ୍କ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । କୁହୁଡି ପଡିଲେ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ରହିଛି । କୁହୁଡିରେ ମଧ୍ୟ ଦୃଶ୍ୟମାନ ଦୂରତା ହ୍ରାସ ପାଇଥାଏ । ଆଗାମୀ ଦିନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।