21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶପାକିସ୍ତାନରେ ବନ୍ୟା: ଉଦ୍ଧାର ହେଲେ ୧ଲକ୍ଷରୁ ଅଧିକ ଲୋକ

ପାକିସ୍ତାନରେ ବନ୍ୟା: ଉଦ୍ଧାର ହେଲେ ୧ଲକ୍ଷରୁ ଅଧିକ ଲୋକ

ପାକିସ୍ତାନ : ପାକିସ୍ତାନରେ ଭୟଙ୍କର ବନ୍ୟା। ରବିବାର ପାକିସ୍ତାନରେ ଥିଵା ସତଲେଜ ନଦୀର ଵନ୍ଧ ଭାଙ୍ଗିଵା ପରେ ବନ୍ୟାପାଣି ଜନବସତି ମୁହାଁ ହୋଇଥିଲା। ଯାହା ପାକିସ୍ତାନର ପଞ୍ଜାଵ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଛି। ଵନ୍ୟା ପାଣିରେ ହଜାର ହଜାର ଗାଁ ପାଣି ଘେରରେ ରହିଥିବାବେଳେ ଏକର ଏକର ଫସଲ ନଷ୍ଟ ହୋଇଛି।  ଏବେ ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନରେ ଥିବା ପଞ୍ଜାଵ ପ୍ରଶାସନର ମୁଖ୍ୟ ମୌସିନ ନଖଭି ଭାରତ ସରକାରଙ୍କୁ ବନ୍ୟା ପାଇଁ ଦାୟୀ କରିଛନ୍ତି। ଭାରତରେ ଅତ୍ୟଧିକ ବର୍ଷା ହେବା କାରଣରୁ ଭାରତ ସତଲେଜ ନଦୀରେ ଅତ୍ୟଧିକ ପାଣି ଛାଡିଥିଵା ସେ ଅଭିଯୋଗ କରିଛନ୍ତି। ସତଲେଜ ନଦୀର ଜଳସ୍ତର ବଢ଼ିବାପରେ ପଞ୍ଜାବ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରିକରାଯାଇଥିଲା। ଏଵଂ ନଦୀର ତଳମୁଣ୍ଡରେ ବନ୍ୟାଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା ହୋଇଥିଲା। ପାକିସ୍ତାନରେ ୨୦୨୨ ମସିହାରେ ଏକ ଭୟଙ୍କର ବନ୍ୟା ହୋଇଥିଲା। ଦେଶର ପାଖାପାଖି ୩୩ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking