30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗୁଜରାଟରେ ବନ୍ୟା : ୩୧ ମୃତ

ଗୁଜରାଟରେ ବନ୍ୟା : ୩୧ ମୃତ

ଗା‌ନ୍ଧୀନଗର : ଗୁଜରାଟରେ ଚାରିଆଡେ ପାଣି ହିଁ ପାଣି । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟରେ ଗତ ୪ ଦିନ ମଧ୍ୟ‌ରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରାଜ୍ୟରେ ନଦୀଗୁଡ଼ିକ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି ଏବଂ ୩୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର କହିଛନ୍ତି ଯେ ବନ୍ୟା ପାଣିରେ ବୁଡ଼ି ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କର କାନ୍ଥ ଭୁଶୁଡ଼ି ମୃତ୍ୟୁ ହୋଇଛି। ୧୮୫୬ ଲୋକଙ୍କୁ ବନ୍ୟା ଜଳରୁ ସେନା ଦ୍ବାରା ଉଦ୍ଧାର କରାଯାଇଛି। ବଡ଼ୋଦରା ସର୍ବାଧିକ ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ବିଦ୍ୟୁତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ୧ ହଜାର ଗାଁ ଅନ୍ଧାର ଭିତରେ ରହିଛି। ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ତଥା ଅଗଷ୍ଟ ୩୦ ତାରିଖରେ ଗୁଜରାଟ ଉପକୂଳରେ ଏକ ସାମୁଦ୍ରିକ ଝଡ଼ ଆସିବ ବୋଲି ଆକଳନ କରିଛି। ସମଗ୍ର ରାଜ୍ୟ ପାଇଁ ଆଇଏମ୍‌ଡି ଆଜି ରେଡ୍‌ ଆଲର୍ଟ ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ବସ୍ତ କରିଛନ୍ତି। କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଥିବାରୁ ଜରୁରୀ ଭିତ୍ତିରେ ଉଦ୍ଧାର ଅପରେସନ୍‌ ପାଇଁ ଗୁଜରାଟ ସରକାର ଅଧିକ ସେନା ମୁ୍ତୟନ ପାଇଁ ଅନୁରୋଧ କରିଛନ୍ତି। ଦେବଭୂମି ଦ୍ବାରକା, ଜାମନଗର, ପୋରବନ୍ଦର, ରାଜକୋଟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତାକାଲି ସୌରାଷ୍ଟ୍ର ଏବଂ କଚ୍ଛରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking