ଭୁବନେଶ୍ୱର : ବନ୍ୟା ସ୍ଥିତି ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ମଧ୍ୟମ ଧରଣର ବନ୍ୟା ହୋଇଛି କହିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କେନ୍ଦ୍ରାପଡା , ଜଗତସିଂହପୁର , ପୁରୀ , କଟକ , ଖୋର୍ଦ୍ଧା , ଯାଜପୁର ପ୍ରଭାବିତ ହୋଇଛି । ପରିସ୍ଥିତି ଦେଖି ଜିଲ୍ଲାପାଳ ମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ଖାଦ୍ୟ ବଣ୍ଟନ ଠାରୁ ଆରମ୍ଭ କରି ଉଦ୍ଧାର କାମ ଚାଲିଛି । ସ୍କୁଲ , କଲେଜ , କଲ୍ୟାଣମଣ୍ଡପ ଗୁଡିକୁ ବ୍ୟବହାର ପାଇଁ କୁହାଯାଇଛି । ଘାଇ ଓ ଘଳିଆ ମରାମତି କରିବାକୁ ବ୍ୟବସ୍ଥା ହୋଇଛି ।