ମୟୂରଭଞ୍ଜ: ଲଗାଣ ଲଘୁଚାପବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଗତ ୨ ଦିନଧରି ବନ୍ୟା ପରିସ୍ଥିତି ଦେଖାଯାଇଥିଲା। ଯାହାର ପ୍ରଭାବରେ ବାରିପଦା ସହର ସମେତ ଉଦଳା, ବଡସାହି, ରାସଗୋବିନ୍ଦପୁର, ମୋରଡା, ବାଙ୍ଗିରିପୋଷି, କରଞ୍ଜିଆ, ରାଇରଙ୍ଗପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଜିଲ୍ଲାରେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ପରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି । ବନ୍ୟା ଯୋଗୁଁ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ ସହିତ ମୃତ୍ୟୁବରଣ କରିଥିବା ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମାରାଣ୍ଡି ।