27.1 C
Bhubaneswar
Saturday, April 4, 2026
Homeଖେଳଫ୍ଲିଣ୍ଟଫ୍ ଇଂଲଣ୍ଡ-ଏ’ ଟିମ୍ ମୁଖ୍ୟ କୋଚ୍‌

ଫ୍ଲିଣ୍ଟଫ୍ ଇଂଲଣ୍ଡ-ଏ’ ଟିମ୍ ମୁଖ୍ୟ କୋଚ୍‌

ଲଣ୍ଡନ: ଇଂଲଣ୍ଡର ମହାନ୍ ଅଲ୍‌ରାଉଣ୍ଡର୍ ଆଣ୍ଡ୍ର‌୍ୟୁ ଫ୍ଲିଣ୍ଟଫ୍ ଇଂଲଣ୍ଡ ଲାୟନ୍ସ (ଇଂଲଣ୍ଡ-ଏ) ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ୭୯ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଏହି ପୂର୍ବତନ ଅଲ୍‌ରାଉଣ୍ଡ୍‌ର ଗତ ବର୍ଷ ସିନିୟର୍ ଟିମ୍‌ର ସହାୟକ କୋଚ୍ ନିଯୁକ୍ତ ହୋଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଚଳିତ ସିରିଜ୍‌ରେ ମଧ୍ୟ ସେ ଟିମ୍‌ର ସହାୟକ କୋଚ୍ ଅଛନ୍ତି। ଫ୍ଲିଣ୍ଟଫ୍ ନିଜ ନୂଆ ଭୂମିକାର ଆରମ୍ଭ ଅକ୍ଟୋବରରେ ସାଉଥ୍ ଆଫ୍ରିକା ଗସ୍ତରୁ କରିବେ। ଏହା ପରେ ଟିମ୍ ଆସନ୍ତାବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ-ଏ’ ବିପକ୍ଷରେ ଟେଷ୍ଟ ସିରିଜ୍ ମଧ୍ୟ ଖେଳିବେ। ଏହି ସିରିଜ୍‌ରୁ ହିଁ ୨୦୨୫-୨୬ ଆଶେସ୍ ସିରିଜ୍ ପାଇଁ ନୂଆ ଖେଳାଳି ପ୍ରସ୍ତୁତ ହେବେ। ଆସନ୍ତାବର୍ଷ ଜୁନ୍‌, ଜୁଲାଇରେ ଇଣ୍ଡିଆ-ଏ ଏବଂ ଜିମ୍ବାୱେ-ଏ ମଧ୍ୟ ଇଂଲଣ୍ଡ ଗସ୍ତ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking