28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଏଣ୍ଡୋ-ଆଟ୍‌ମୋସ୍ଫେରିକ୍ ଇଣ୍ଟରସେପ୍ଟର ମିସାଇଲ୍‌ର ଫ୍ଲାଇଟ୍ ଟ୍ରାଏଲ୍ ସଫଳ

ଏଣ୍ଡୋ-ଆଟ୍‌ମୋସ୍ଫେରିକ୍ ଇଣ୍ଟରସେପ୍ଟର ମିସାଇଲ୍‌ର ଫ୍ଲାଇଟ୍ ଟ୍ରାଏଲ୍ ସଫଳ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଓ ଭାରତୀୟ ନୌସେନା ପକ୍ଷରୁ ଏପ୍ରିଲ୍ ୨୧ରେ ବଙ୍ଗୋପସାଗରୁ ନାଭାଲ୍ ବେସ୍‌ଡ୍ ଏଣ୍ଡୋ-ଆଟ୍‌ମୋସ୍ଫେରିକ୍ ଇଣ୍ଟରସେପ୍ଟର ମିସାଇଲ୍‌ର ସଫଳତାପୂର୍ବକ ପ୍ରଥମ ଫ୍ଲାଇଟ୍ ଟ୍ରାଏଲ୍ କରିଛି । ଓଡ଼ିଶା ଉପକୂଳରୁ କରାଯାଇଥିବା ଏହି ଟେଷ୍ଟ୍‌ର ଉଦ୍ଦେଶ୍ୟ ଶତ୍ରୁପକ୍ଷର ବାଲେଷ୍ଟିକ୍ ମିସାଇଲ୍ ବିପଦ ପ୍ରଭାବକୁ ବିଫଳ କରିବା । ଏହି ସଫଳତା ସହିତ ଭାରତ ନାଭାଲ୍ ବେସ୍‌ଡ ମିସାଇଲ୍ କ୍ଷମତା ଥିବା ଦେଶଗୁଡ଼ିକର ବିଶିଷ୍ଟ କ୍ଲବ୍‌ରେ ସାମିଲ ହୋଇଛି । ଏହା ପୂର୍ବରୁ ଭୂପୃଷ୍ଠରୁ ଏହି ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଥିଲା । ଏହି ବାଲେଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ (ବିଡିଏମ୍‌) ଲମ୍ବା ଦୂରତା ବାଇଷ୍ଟ ଆଟମିକ୍ ମିସାଇଲ୍ ଏବଂ ଆୱାକ୍ସ ସହିତ ଶତ୍ରୁପକ୍ଷର ବିମାନକୁ ରୋକିବାରେ ସକ୍ଷମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାହାଜ ଆଧାରିତ ବାଲେଷ୍ଟିକ୍ ମିସାଇଲ୍ ଡିଫେନ୍ସ (ବିଡିଏମ୍‌) ସିଷ୍ଟମ୍‌ର ସଫଳତାପୂର୍ବତନ କ୍ଷମତା ପ୍ରଦର୍ଶନ ପାଇଁ ନୌସେନା ଓ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking