27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୨୪ ଘଣ୍ଟାରେ ବିମାନ ଟିକଟ ମୂଲ୍ୟ ଆକାଶଛୁଆଁ; ଦିଲ୍ଲୀ-ମୁମ୍ବାଇ ତୁଳନାରେ ଦିଲ୍ଲୀ-ଦୁବାଇ ରୁଟ୍ ଶସ୍ତା

୨୪ ଘଣ୍ଟାରେ ବିମାନ ଟିକଟ ମୂଲ୍ୟ ଆକାଶଛୁଆଁ; ଦିଲ୍ଲୀ-ମୁମ୍ବାଇ ତୁଳନାରେ ଦିଲ୍ଲୀ-ଦୁବାଇ ରୁଟ୍ ଶସ୍ତା

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ବିମାନ ଟିକଟ ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ମୂଲ୍ୟବୃଦ୍ଧି ଯୋଗୁଁ ଆଶାୟୀ ବିମାନଯାତ୍ରୀଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡିଛି । ଜରୁରୀ କାର୍ଯ୍ୟ ନଥିବା ଲୋକେ ବାଧ୍ୟ ହୋଇ ସେମାନଙ୍କର ବିମାନ ଯାତ୍ରାକୁ ବାତିଲ କିମ୍ବା ସ୍ଥଗିତ ରଖିଛନ୍ତି । ଗୁରୁବାର ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା ପାଇଁ ବିମାନ ଭଡା ସର୍ବନିମ୍ନ ୧୯,୦୦୦ ଟଙ୍କା ରହିଥିଲା ।

ତେବେ କୌତୁହଳର ବିଷୟ ହେଉଛି ଯେ ଗୁରୁବାର ଦିଲ୍ଲୀ-ଦୁବାଇ ବିମାନ ଭଡା ସର୍ବନିମ୍ନ ୧୪,୦୦୦ ଟଙ୍କା ରହିଥିଲା । ସେହିପରି ଦିଲ୍ଲୀ-କୋଚିନ୍ ବିମାନ ଭଡା ସର୍ବନିମ୍ନ ୨୨,୦୦୦ ଟଙ୍କା ରହିଥିବାବେଳେ ଦିଲ୍ଲୀ-କୋଲକାତା ଓ ଦିଲ୍ଲୀ-ଚେନ୍ନାଇ ଟିକଟ ମୂଲ୍ୟ ୧୪,୦୦୦ ଦର୍ଶାଯାଇଥିଲା । ୨୪ ଘଣ୍ଟାର ଅଗ୍ରୀମ ବୁକିଂରେ ମୁମ୍ବାଇ-ଲେହ୍ ଟିକଟ ମୂଲ୍ୟ ୨୨,୫୦୦ ଟଙ୍କା ଥିବାବେଳେ ମୁମ୍ବାଇ-କୋଚି ରୁଟ୍‌ରେ ଏହା ୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ପ୍ରକାଶ । ସାଧାରଣତଃ ଦେଶର ପ୍ରମୁଖ ସହରରୁ ଉତ୍ତର-ପୂର୍ବ ରାଜ୍ୟକୁ ବିମାନ ଭଡା ଅଧିକ ରହୁଥିବାବେଳେ ବୁଧବାର ଏହା ଅପେକ୍ଷାକୃତ ଶସ୍ତା ରହିଥିବା ଲକ୍ଷ୍ୟ କରାଯାଇଛି ।

ନିକଟରେ ଦେଶର ଅନ୍ୟତମ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ ଜୁନ୍ ୪ ପର୍ଯ୍ୟନ୍ତ ଉଡାଣ ବାତିଲ କରିଥିବାରୁ ଏହାର ପ୍ରଭାବ ବିମାନ ଟିକଟ ଉପରେ ପଡିଥିବା କୁହାଯାଇଛି । ପୁନଶ୍ଚ ବୁଧବାର ଦିଲ୍ଲୀରେ ପ୍ରବଳ ଝଡତୋଫାନ ହୋଇଥିବାରୁ ଅଧିକାଂଶ ଏୟାରଲାଇନ୍ସ ଦିଲ୍ଲୀରୁ ଉଡାଣ ରଦ୍ଦ କରିଥିବାବେଳେ ଆଉ କେତେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଜୁନ୍ ୧ରୁ ୩ ପର୍ଯ୍ୟନ୍ତ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଟିକଟ ମୂଲ୍ୟ ଯଥାକ୍ରମେ ୧୩,୦୦୦, ୧୧,୫୦୦ ଓ ୧୦,୦୦୦ ଟଙ୍କା ଦର୍ଶାଯାଇଛି ।

ମୁମ୍ବାଇ-କୋଲକାତା ଟିକଟ ମୂଲ୍ୟ ୭୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ମୁମ୍ବାଇ-ବାଗଡୋଗ୍ରା ଟିକଟ ୮୩୦୦ ଟଙ୍କା ଉଲ୍ଲେଖ କରାଯାଇଛି । ସାଧାରଣତଃ ୨୪ ଘଣ୍ଟା ପୂର୍ବରୁ ଅଗ୍ରୀମ ଟିକଟ ବୁକିଂ ମହଙ୍ଗା ହୋଇଥାଏ । ତେବେ ବୁଧବାର ଦିଲ୍ଲୀରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ବର୍ତ୍ତମାନ ଗ୍ରୀଷ୍ମବକାଶ ଶେଷ ହେଉଥିବାବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି

ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିମାନ ଟିକଟ ବୁକିଂ ପାଇଁ ବ୍ୟଗ୍ରତା ଦେଖିବାକୁ ମିଳୁଛି ବୋଲି ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏୟାରଲାଇନ୍ସଗୁଡିକ ଦୈନିକ ଉଡାଣ ସଂଖ୍ୟା ହ୍ରାସ କରିଥିବାରୁ ଏହା ମୂଲ୍ୟବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ଟିକଟ ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking