ଇନ୍ଦୋର: ଇନ୍ଦୋର ହୋଲ୍କାର ଷ୍ଟାଡିୟମ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଅବସରରେ ଟିମ୍ ଇଣ୍ଡିଆ ଡ୍ରେସିଂ ରୁକମ୍ରେ ଦୁଇଜଣ ଫ୍ୟାନ୍ ପଶିଯାଇଥିବା ମାମଲା ସାମ୍ନାକୁ ଆସିଛି । ଦୁଇ ଫ୍ୟାନ୍ ଚେତେଶ୍ୱର ପୂଜାରାଙ୍କ ସହିତ ସେଲ୍ଫି ମଧ୍ୟ ନେଇଛନ୍ତି । ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ହେବାର କିଛି ସମୟ ପୂର୍ବର । ଅନ୍ୟପକ୍ଷରେ ଜାଭେଦ୍ ନାମକ ଜଣେ ଫ୍ୟାନ୍ ଡ୍ରେସଂ ରୁମ୍ରେ ପଶିଥିଲା ଏବଂ ତାକୁ ଗିରଫ କରାଯାଇଛି ବୋଲି ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି । ସୁରକ୍ଷା କର୍ମୀଙ୍କୁ ଚକ୍ମା ଦେଇ ଦୁହେଁ ଡ୍ରେସିଂ ରୁମ୍ରେ ପଶିଥିବା ଦେଖି ସିକ୍ୟୁରିଟି ଏବଂ ଏମ୍ପିସିଏ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୁଲିସ ଘଟଣାକୁ ଗମ୍ଭୀରତାର ସହିତ ନେଇ ତତ୍କାଳ ବୋମା ନିରୋଧକ ସ୍କ୍ୱାଡ୍କୁ ଡକାଇଥିଲା । ଡ୍ରେସିଂ ରୁମ୍ର ତଲାସୀ ନିଆଯାଇଥିଲା ।