19.1 C
Bhubaneswar
Sunday, February 15, 2026
Homeଅପରାଧ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଅନୁଗୋଳ: ଲଜ୍ଜା, ୫ ବର୍ଷର ଶିଶୁକନ୍ୟାକୁ ବି ଛାଡିଲେନି କାମାନ୍ଧ ପୁରୁଷ। ନିଜର ମନର ଶୋଷ ମେଣ୍ଟାଇବା ପାଇଁ ନାବାଳିକାକୁ କଲେ ଦୁଷ୍କର୍ମ। ଆଉ ଯେତେବେଳେ ମନର ଭୋକ ମେଣ୍ଟିଗଲା ସେତେବେଳେ ଜଙ୍ଗଲରେ ମାରି ଫୋପାଡି ଦେଲେ। ଏପରି ଏକ ଲୋକହର୍ଷଣକାରୀ ଦୁଷ୍କର୍ମ ପରେ ହତ୍ୟା ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ। ଦୁଇ ଦିନ ତଳେ ଗତ ଗୁରୁବାର ଦିନ ସନ୍ଧ୍ୟାବେଳୁ ନିଖୋଜ ଥିଲା ନାବାଳିକା ଶିଶୁକନ୍ୟାଟି। ଘର ପାଖରେ ସନ୍ଧ୍ୟାବେଳେ ଖେଳୁଥିଲା। ହେଲେ ହଠାତ୍ କୁଆଡେ ନିଖୋଜ ହୋଇଗଲା। ପରିବାର ଲୋକ ବହୁ ଖୋଜାଖୋଜି କରି ନପାଇବାରୁ ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ନିଶା ଶିଳ୍ପାଞ୍ଚଳ ଥାନାରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ପୋଲିସ ବି ଏତଲା ରଖି ତଦନ୍ତ ଆରମ୍ଭ କରିଥିଲା। ଆଉ ପୋଲିସ ତଦନ୍ତ ବେଳେ ଶନିବାର ଦିନ ପୀଡିତାର ଘର ପାଖରୁ ମାତ୍ର ୧୦୦ ମିଟର ଦୂର ଜଙ୍ଗଲରେ ୫ ବର୍ଷର ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ କରିଥିଲା। ଏବଂ ନାବାଳିକାର ଦେହରେ ଏତେ ଖଣ୍ଡିଆ ଦାଗ ଥିଲା ଯେ, ଆଉ ତାର ଶରୀର ଏପରି ଖିନଭିନ୍ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ଯେ, ଯିଏ ଦେଖିବ ତା ଲୋମ ଟାଙ୍କୁରି ଉଠିବ। ତେଣୁ ପରିବାର ଲୋକ ଝିଅକୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ବି ସେହି ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବଂ ମୃତଦେହକୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ପଠାଯାଇଥିଲା। ସେଠାରୁ କଟକ ଝଉଈକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking