32.1 C
Bhubaneswar
Saturday, October 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧପାଞ୍ଚଲକ୍ଷ ୟୁକ୍ରେନ୍ ଶରଣାର୍ଥୀ ମାନସିକ ବ୍ୟାଧିଗ୍ରସ୍ତ: ହୁ’

ପାଞ୍ଚଲକ୍ଷ ୟୁକ୍ରେନ୍ ଶରଣାର୍ଥୀ ମାନସିକ ବ୍ୟାଧିଗ୍ରସ୍ତ: ହୁ’

ଜେନେଭା : ରୁଷ୍ ଆକ୍ରମଣ ପରେ ୟୁକ୍ରେନ୍‌ରୁ ପୋଲାଣ୍ଡ ପଳାୟନ କରିଥିବା ପ୍ରାୟ ପାଞ୍ଚଲକ୍ଷ ଶରଣାର୍ଥୀ ମାନସିକ ବ୍ୟାଧିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ହଜାରଙ୍କର ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି ବୋଲି ପୋଲାଣ୍ଡ୍‌ରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପ୍ରତିନିଧି ମଙ୍ଗଳବାର କହିଛନ୍ତି । ପୋଲାଣ୍ଡରେ ପହଞ୍ଚୁଥିବା ଶରଣାର୍ଥୀ ଡାଇରିଆ ଓ ଡିହାଇଡ୍ରେସନ୍ ପରି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଟ୍ରମା ଆକ୍ରାନ୍ତଙ୍କୁ ସହାୟତା ପ୍ରଦାନ କରାଯିବା ବର୍ତ୍ତମନାର ମୁଖ୍ୟ ଆବଶ୍ୟତା ବୋଲି ହୁ’ର ପୋଲାଣ୍ଡ ପ୍ରତିନିଧି ଏଠାରେ କହିଛନ୍ତି । ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୧୦ ହଜାର ରୁଷ୍ ସୈନିକ ପ୍ରାଣ ହରାଇଲେଣି ବୋଲି ରୁଷ୍ ସମର୍ଥିତ ଏକ ଖବରକାଗଜର ୱେବ୍‌ସାଇଟ୍ ରିପୋର୍ଟରେ ଦାବି କରାଯାଇଛି । ତେବେ ତୁରନ୍ତ ଏହି ସଂଖ୍ୟାକୁ ୱେବ୍‌ସାଇଟ୍‌ରୁ ହଟାଇ ଦିଆଯାଇଥିଲା । ମାତ୍ର ଏହା ପୂର୍ବରୁ ରିପୋର୍ଟର ସ୍କ୍ରିନ୍‌ଶଟ୍ ଇଣ୍ଟରନେଟ୍‌ରେ ବ୍ୟାପକ ଭାବେ ପ୍ରସାରିତ ହୋଇ ସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking