27.1 C
Bhubaneswar
Thursday, January 30, 2025
Homeଓଡିଶାବାରବାଟି ନିକଟ ଜାତୀୟ ରାଜପଥରେ ପାଞ୍ଚ ଲକ୍ଷ ଟଙ୍କା ଲୁଟ

ବାରବାଟି ନିକଟ ଜାତୀୟ ରାଜପଥରେ ପାଞ୍ଚ ଲକ୍ଷ ଟଙ୍କା ଲୁଟ

ଯାଜପୁର: ଯାଜପୁର ଜିଲ୍ଲା ର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ପାଞ୍ଚ ଲକ୍ଷ ଟଙ୍କା ଲୁଟ କରିଛନ୍ତି l ମିଳିଥିବା ସୂଚନାଅନୁଯାୟୀ ରାତି ପ୍ରାୟ ୯ ଟା ୧୫ ମିନିଟ ସମୟରେ ଯାଜପୁର ବ୍ଲକ ବିଚିତ୍ରପୁରର ବ୍ୟବସାୟୀ ଡିଜେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ଚଣ୍ଡିଖୋଲରୁ ନିଜର କାମ ସାରି ଘରକୁ ଫେରୁଥିଲେ l ବାଟରେ ବାରବାଟୀ ସ୍ଥିତ ଗଣେଶ ବଜାରରେ ଥିବା ଜନୈକ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି ଘରକୁ ଫେରୁଥିଲେ l ସେ ଯାଉଥିବା କାର ନଂ ଓଡି ୩୪ ଭି ୧୮୭୭ କୁ ଜାତୀୟ ରାଜପଥର ବାରବାଟୀ ବାଇପାସ ରାସ୍ତାରେ ଏକ କ୍ୟାମ୍ପର ଓଡି ୨୧ ୩୭୭୯ରେ ଦୁଇଜଣ ଯୁବକ ଆସି ଶ୍ରୀ ଦାସଙ୍କ ଗାଡିକୁ ଆଡା ପକାଇ ଅଟକାଇ ଥିଲେ l ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ l ପାଖରେ ରଖିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ l ସାଙ୍ଗରେ ଆଣିଥିବା କ୍ୟାମ୍ପର ଗାଡିକୁ ଛାଡି ଚାଲିଯାଇଥିଲେ l ଗୁଳି ଫୁଟା ଶବ୍ଦ ଶୁଣି ନିକଟରେ ଥିବା ଲୋକେ ଆସି ପହଁଚି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛନ୍ତି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking